ଜମିବାଡ଼ି ବିବାଦରୁ ହତ୍ୟା

ଜମିବାଡ଼ି ବିବାଦରୁ ହତ୍ୟା

ଜମିବାଡ଼ି ବିବାଦରୁ ହତ୍ୟା
ଯାଜପୁର: ଜମିବାଡ଼ ବିବାଦରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ମୃତକ ଯାଜପୁର ସଦର ଥାନା ଅନ୍ତର୍ଗତ ସାହାସପୁର ଗ୍ରାମର ଶରତ ଜେନତାଙ୍କ ପୁଅ ପ୍ରଶାନ୍ତ (୫୦) । ଜମିବାଡ଼ି ବିବାଦ ଓ ଜାତିଆଣା ମନ୍ତବ୍ୟକୁ ନେଇ ସାହସପୁର ଗ୍ରାମରେ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମର ଗୋଟିଏ ଗୋଷ୍ଠୀ ସଂଘବଦ୍ଧ ଭାବେ ଆକ୍ରମଣ କରି ପ୍ରଶାନ୍ତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ସଦର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ସାହସ ପୁର ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି । ପୂର୍ବରୁ ଦୁଇ ମାସ ତଳେ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ସଦର ଥାନାରେ ଆପୋସ ବୁଝାମଣା ହୋଇଥିଲା । ହେଲେ ସକାଳୁ ପ୍ରଶାନ୍ତ ଘର ନିକଟ ଜରିଆ ନାଳକୁ ଶୌଚ ପାଇଁ ଯାଇ ଫେରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତୁ୍ୟ ହୋଇଥିଲା ।