ଜାଣନ୍ତୁ କେମିତି ହୁଏ କାଜୁ ତରକାରୀ ।

ଜାଣନ୍ତୁ କେମିତି ହୁଏ କାଜୁ ତରକାରୀ ।

ଜାଣନ୍ତୁ କେମିତି ହୁଏ କାଜୁ ତରକାରୀ ।
ସାମଗ୍ରୀ: ହଳଦୀଗୁଣ୍ଡ-ଅଧାଚାମଚ, କ୍ଷୀର-ଅଧାକପ, ମେଥିପତ୍ର-ଅଧାଚାମଚ, କଟା ଧନିଆ ପତ୍ର-୨ ଚାମଚ, ତେଲ ଆବଶ୍ୟକ ଅନୁଯାୟୀ, ଲୁଣ ପ୍ରୟୋଜନ ଅନୁସାରେ । ପ୍ରଣାଳୀ: ପ୍ରଥମେ ଗ୍ୟାସରେ କଡ଼େଇ ବସେଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ କାଜୁ ପକାଇ ଭାଜି ଦିଅନ୍ତୁ । କାଜୁ ହାଲକା ଭାଜି ହୋଇଗଲେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ତା ପରେ ଗ୍ୟାସରେ ସେହି କଡ଼େଇ ବସେଇ ତେଲ ଦିଅନ୍ତୁ । ତେଲ ଗରମ ହୋଇ ଆସିଲେ ସେଥିରେ ଡାଲଚିନି, କଟା ପିଆଜ, କଟା ରସୁଣଳ, କଟା ଅଦା ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ । ପିଆଜ ହାଲକା ଲାଲ ହୋଇ ଆସିଲେ ଗ୍ୟାସ ବନ୍ଦ କରି ତାକୁ ଥଣ୍ଡା ପାଇଁ ଛାଡ଼ି ଦିଅନ୍ତୁ । ମସଲା ଥଣ୍ଡା ହେବା ଭିତରେ ୬ ରୁ ୮ ଭଜା କାଜୁକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ । ସେଥିରେ କଟା ଟମାଟୋକୁ ମିଶାଇ ପୁଣି ଥରେ ଗ୍ରାଇଣ୍ଡିଂ କରନ୍ତୁ । ତା ପରେ ତାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଭଜା ମସଲାକୁ ଗ୍ରାଇଣ୍ଡି କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ତା ପରେ ଆଉ ଏକ କଡ଼େଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲେ ବଟା ମସଲା ଏବଂ କୋରା ବିଟ୍‌କୁ ପକାଇ କଷନ୍ତୁ । ମସଲା କଷି ହୋଇ ଆସିଲେ ସେଥିରେ କାଜୁ, ଟମାଟୋ ବଟା, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଲୁଣ ପକାଇ ମସଲାରୁ ତେଲ ଛାଡ଼ିବା ଯାଏ କଷନ୍ତୁ । ମସଲା କଷି ହୋଇଗଲେ ସେଥିରେ ଭଜା କାଜୁକୁ ପକାଇ ଗୋଳାଇ ଦିଅନ୍ତୁ । ତା ପରେ କ୍ଷୀର ଆବଶ୍ୟକ ଅନୁଯାୟୀ ପାଣି ଦେଇ ତରକାରିକୁ ଫୁଟାନ୍ତୁ । ତରକାରି ବହଳିଆ ହୋଇଗଲେ ସେଥିରେ ମେଥିପତ୍ର ଓ ଧନିଆପତ୍ର ପକାଇ ଗୋଳାଇ ଦିଅନ୍ତୁ । ତା ପରେ ଗ୍ୟାସ ବନ୍ଦ କରି ତାକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ସେଥିରେ ଧନିଆ ପତ୍ର ଓ କାଜୁ ସଜାଇ ଗରମ ଗରମ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ ।