ବରଗଡ଼ରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଉଦଘାଟିତ

ବରଗଡ଼ରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଉଦଘାଟିତ

ବରଗଡ଼ରେ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ଉଦଘାଟିତ
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ପ୍ରଥମ ଜିଲ୍ଲାସ୍ତରୀୟ ଲୋକକଳା ମହୋତ୍ସବ ବରଗଡ଼ ୨୦୨୦ ଉଦଘାଟିତ ହୋଇଯାଇଛି । ଉଦଘାଟନ ପୂର୍ବରୁ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା ଯାହାକୁ ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ପ୍ରଧାନ ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରଓ୍ବାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସାଂସ୍କୃତିକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଉଦଘାଟନୀ ଉତ୍ସବରେ ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତିରଞ୍ଜନ ପ୍ରଧାନ ଓ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରଓ୍ବାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୂଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଆଦିବାସୀ ମାନେ ହିଁ ଏହି ଲୋକକଳା କୁ ବଞ୍ଚାଇ ରଖିଛନ୍ତି ଓ ସେ ସବୁବେଳେ କଳାକାରମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବି ବୋଲି କହିଥିଲେ, ବରଗଡ଼ ଜିଲ୍ଲା ରେ ବହୁ କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରାଯାଉଛି ଓ ଆଗକୁ ସମସ୍ତ କଳାକାରଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ର ସମସ୍ତ ବ୍ଲକରୁ କଳାକାର ମାନେ ଯୋଗ ଦେଇ ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଆମ ଅଞ୍ଚଳର ବିଭିନ୍ନ ଲୋକକଳା ଓ ଲୋକନୃତ୍ୟ କୁ ବଞ୍ଚାଇ ରଖିବାକୁ ଏକ ଅନନ୍ୟ ପ୍ରୟାସ କରିଛି ବରଗଡ଼ ଜିଲ୍ଲା କଳା ଓ ସଂସ୍କୃତି ସଂଘ । ଯାହାକି ବରଗଡ଼ ଜିଲ୍ଲାସ୍ତରୀୟ ମହୋତ୍ସବକୁ ଏକ ଛୋଟ ଗାଁ ରେ ଆରମ୍ଭ କରାଯାଇଛି । ୨ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ୧୨ ଟି ଲୋକନୃତ୍ୟ ଅଂଶଗ୍ରହଣ କରିଥିଲେ ।