ଜାଣନ୍ତୁ ଚୁମ୍ବନ ବିଷୟରେ
ଜାଣନ୍ତୁ ଚୁମ୍ବନ ବିଷୟରେ
ଚୁମ୍ବନ ବିଷୟରେ ଜାଣନ୍ତୁ
ବୈଜ୍ଞାନିକମାନଙ୍କ କହିବାନୁଯାୟୀ ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ବ୍ୟକ୍ତିକୁ ସୁସ୍ଥ ମଧ୍ୟ ରଖିଥାଏ । ଚୁମ୍ବନ ଦ୍ବାରା ଅକ୍ସିଟୋସିନ୍, ଡୋପାମାଇନ୍ ଏବଂ ସେରୋଟୋନିନ୍ ନାମକ ହରମୋନ କ୍ଷରିତ ହୋଇଥାଏ । ଯାହାକି ମନକୁ ଖୁସି ରଖିବାରେ ବେଶ ସହାୟକ ହୋଇଥାଏ ।
ଜାଣନ୍ତୁ ଚୁମ୍ବନର ଉପକାରିତା
ମୁଖମଣ୍ଡଳ ଉଜ୍ବଳ ଦିଶେଉଭୟଙ୍କ ମଧ୍ୟରେ ପ୍ରେମ ବଢେଆତ୍ମବିଶ୍ବାସ ବୃଦ୍ଧି କରିବା ସହ ମୁଣ୍ଡବିନ୍ଧା ଦୂର କରେଉଚ୍ଚ ରକ୍ତଚାପକୁ ହ୍ରାସ କରେ।
ଚୁମ୍ବନ କେତେ ପ୍ରକାର
ମଥା ଚୁମ୍ବନ: ମଥା ଚୁମ୍ବନ ପ୍ରେମିକ-ପ୍ରେମିକା ମଧ୍ୟରେ ଥିବା ଭାବ ପ୍ରବଣତାକୁ ସୂଚିତ କରିଥାଏ । ବିଶେଷକରି ମହିଳାମାନେ ଫୋର ହେଡ ବା ମଥା ଚୁମ୍ବନକୁ ବେଶୀ ପସନ୍ଦ କରିଥାନ୍ତି । ନିଜ ସାଥି ପ୍ରତି ନଜ ଭଲପାଇବାକୁ ଜଣାଇବା ପାଇଁ ମଥାରେ କିସ୍ କରିଥାନ୍ତି। ପ୍ରେମର ସମ୍ପର୍କର ଆରମ୍ଭରେ ସାଥି ମଥାରେ କିସ୍ କରିଥାନ୍ତି । କେବଳ ପ୍ରେମିକ-ପ୍ରେମିକାଙ୍କୁ ନୁହେଁ, ଛୋଟ ପିଲାଙ୍କୁ ମଧ୍ୟ ମଥା ଚୁମ୍ବନ କରାଯାଇଥାଏ ।
ଗାଲରେ କିସ୍: ଗାଲରେ କିସ୍ କରିବା ଅର୍ଥ ହେଉଛି ବନ୍ଧୁତ୍ୱର ପ୍ରତୀକ। ଅଭିନନ୍ଦନର ଜଣାଇବା ତଥା ନିଜ ସାଥି ଅନୁରାଗରେ ଗାଲ କିସ୍ କରିଥାନ୍ତି।
ଲିପ୍ କିସ୍: ଲିପ୍ କିସ୍ ହେଉଛି ସବୁଠାରୁ ରୋମାଣ୍ଟିକ। ଏହାକୁ ଫ୍ରେଞ୍ଚ କିସ୍ ମଧ୍ୟ କୁହାଯାଏ । ନିଜ ସାଥୀଙ୍କ ପ୍ରତି ଆପଣ କେତେ ଆକୃଷ୍ଟ ହୁଅନ୍ତି ତାହା ଏହି କିସ୍ରୁ ହିଁ ଜଣାପଡ଼ିଥାଏ । ଲିପ୍ କିସ୍ ଦ୍ବାରା ପରସ୍ପର ମଧ୍ୟରେ ଥିବା ପ୍ରେମ ଆହୁରି ମଜଭୁତ ହୋଇଥାଏ ।
ଲଭ୍ ବାଇଟ୍: ଗାଲ ଏବଂ ଓଠକୁ ଅତି ନରମ ସ୍ପର୍ଶ କରି କାମୁଡ଼ିବାକୁ ବାଇଟ୍ କିସ୍ କୁହାଯାଇଥାଏ । ସାଧାରଣତଃ ଏହି କିସ୍ ଅନ୍ତରଙ୍ଗ ମୂହୁର୍ତ୍ତରେ ହୋଇଥାଏ । ଏହି କିସ୍ କରିବା ପରେ କିଛି ଦାଗ ରହିଥାଏ । ଏହି ଦାଗକୁ ଲଭ୍ ବାଇଟ୍ କୁହାଯାଏ ।