ଜୁନ ପ୍ରଥମ ସପ୍ତାହରେ +୨ ବିଜ୍ଞାନ ପରୀକ୍ଷା ଫଳ
ଜୁନ ପ୍ରଥମ ସପ୍ତାହରେ +୨ ବିଜ୍ଞାନ ପରୀକ୍ଷା ଫଳ
admin
May 30, 2019 - 10:41
Updated: May 30, 2019 - 10:41
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବିଜ୍ଞାନ ଖାତାଦେଖା ବୁଧବାର ଶେଷ ହୋଇଛି । କେବେ ଫଳ ପ୍ରକାଶ ହେବ ପରିଷଦ ପକ୍ଷରୁ ବିଧିବିଦ୍ଧ ଭାବେ ଘୋଷଣା କରିଯାଇନି । ତେବେ ଜୁନ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସୂଚନା ଦେଇଛନ୍ତି ।ବୁଧବାର ବିଜ୍ଞାନ ପାଠ୍ୟକ୍ରମର ମୋଟ ୬ ଲକ୍ଷ ୫୭ ହଜାର ଖାତାଦେଖା ସରିବା ପରେ ଫଳ ପ୍ରକାଶ ପାଇଁ ଅନ୍ୟ କାମ ଆରମ୍ଭ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ପ୍ରୋସେସିଂ କାମ ଶେଷ କରି ଜୁନ ପ୍ରଥମ ସପ୍ତାହରେ ବିଜ୍ଞାନ ପାଠ୍ୟକ୍ରମର ଫଳ ପ୍ରକାଶ କରାଯିବ । ପରେ ଏହି ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ ଓ ମାର୍କସିଟ ବିତରଣ କରାଯିବ । ବିଜ୍ଞାନ ବିଦ୍ୟାର୍ଥୀଙ୍କର ଫଳ ପ୍ରକାଶନ ଓ ସାର୍ଟିଫିକେଟ ବିତରଣ ପରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ କରାଯିବ । କଳା ଓ ବାଣିଜ୍ୟର କିଛି ଖାତା ଛାଡି ପ୍ରାୟ ଅନ୍ୟ ଖାତା ମୂଲ୍ୟାୟନ ଶେଷ ହୋଇଛି ।