ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜୀବନ ଗଲା

ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜୀବନ ଗଲା

ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଜୀବନ ଗଲା
ଭୁବନେଶ୍ୱର: ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଣି ଜଣେ ବିଚାରାଧୀନ ଅଭିଯୁକ୍ତଙ୍କ ଜୀବନ ଯାଇଛି । ସେ ହେଲେ ହୋଟେଲ ସୋଲାନ ଇନ ମାଲିକ କମଳାକାନ୍ତ ଦାସ । ଶ୍ରୀ ଦାସ ଏକ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ମୃତୁ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ ୨ ଦିନ ଧରି ଅସୁସ୍ଥ ଥିବା ସତ୍ତ୍ୱେ ଜେଲ କର୍ତ୍ତୃପକ୍ଷ ଉପଯୁକ୍ତ ଚିକିତ୍ସା ଯୋଗାଇ ନଥିବା ଅଭିଯୋଗ ହୋଇଛି । ସୂଚନା ଥାଉ କି ବିଚାରାଧୀନ କଏଦୀ ଭାବେ ଥିବା ଶ୍ରୀ ଦାସ ସନ୍ଧ୍ୟାରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ମୁଣ୍ଡ ବୁଲାଇବା ସହ ପେଟ ଫୁଲି ଯାଇଥିଲା । ପ୍ରଥମେ ତାଙ୍କୁ ଜେଲ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସନ୍ଧ୍ୟା ସାଢେ଼ ୬ଟାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଭର୍ତ୍ତି ହେବାର କେଇ ମିନିଟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜେଲରେ ଥିବା ବେଳେ କିମ୍ବା ବାଟରେ ଆସିବା ବେଳେ ତାଙ୍କର ମୃତୁ୍ୟ ହୋଇଥାଇପାରେ ବୋଲି ସନେ୍ଦହ କରାଯାଉଛି । ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏହା ଏକ ହାଜତ ମୃତୁ୍ୟ ହୋଇଥିବାରୁ ଏନଏଚଆରସିଙ୍କ ଗାଇଡଲାଇନ ଅନୁସାରେ ଶବ ବ୍ୟବଚ୍ଛେଦ କରାଯିବ । ମାମଲାର ତଦନ୍ତ ପ୍ରକି୍ରୟା ମଧ୍ୟ ଗାଇଡଲାଇନ ଅନୁସାରେ ହେବ । ସେପଟେ ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଶ୍ରୀ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ୩-୪ ଦିନ ବିଗିଡ଼ି ଗଲାଣି । କିନ୍ତୁ ଜେଲ କର୍ତ୍ତୃପକ୍ଷ ତାଙ୍କର ଉପଯୁକ୍ତ ଚିକିତ୍ସା କରିନାହାନ୍ତି । ତାଙ୍କ ସାଙ୍ଗ ତଥା ବରିଷ୍ଠ କଣ୍ଠଶିଳ୍ପୀ ବିଭୁକିଶୋର ଆହୁରି ସଙ୍ଗୀନ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ କମଳାକାନ୍ତଙ୍କ ସ୍ୱାସ୍ଥ୍ୟ ଅଧିକ ବିଗିଡ଼ିବା ଯୋଗୁ ଜେଲ କର୍ତ୍ତୃପକ୍ଷ ଚୁପ ରହିଥିଲେ । ଏମିତିକି ତାଙ୍କୁ ହସ୍ପିଟାଲ ଆଣିବା ପାଇଁ କୌଣସି ସରକାରୀ ଗାଡ଼ି ନଥିଲା । ପରେ ଭଡା ଅଟୋ ରିକ୍ସାରେ କମଳାକାନ୍ତଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ତେବେ ଜେଲ କର୍ତ୍ତୃପକ୍ଷଙ୍କ ଏଭଳି ଖାମଖିଆଲ ଗୁଣ ଓ ଅବହୋା ଯୋଗୁଁ ହସ୍ପିଟାଲରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଏମିତି ନ ଘଟିଥିଲେ କମଳାକାନ୍ତ ହୁଏତ ଜୀବିତ ଥାନ୍ତେ ।