ଶୀତ ପ୍ରକୋପ କମିନି:ଆହୁରି ଦୁଇ ଦିନ ଥଣ୍ଡା ଲହରୀ

ଶୀତ ପ୍ରକୋପ କମିନି:ଆହୁରି ଦୁଇ ଦିନ ଥଣ୍ଡା ଲହରୀ

ଶୀତ ପ୍ରକୋପ କମିନି:ଆହୁରି ଦୁଇ ଦିନ ଥଣ୍ଡା ଲହରୀ
ଭୁବନେଶ୍ୱର: ଶୀତ ପ୍ରକୋପ କମିନି । ଆହୁରି ଦୁଇ ଦିନ ଏମିତି ଥରାଇବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଲହରୀ ଅନୁଭୂତ ହେବ । ତା ପରେ ଶୀତ ପ୍ରକୋପ ସାମୟିକ କମିପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାରା ଓଡ଼ିଶାରେ ଏବେ ଥଣ୍ଡା କୋପ ଦେଖାଉଛି । ଫୁଲବାଣୀ ସ୍ଥିତି ମଧ୍ୟ ସାଂଘାତିକ । ପାରଦ ୩ ଦିନ ହେଲା ୪ ଡିଗ୍ରୀ ଉପରକୁ ଡେଉଁନି । ରାଜ୍ୟର ମୋଟ ୧୨ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ଅଛି । ଦାରିଙ୍ଗବାଡ଼ିର ରାତି ତାପମାତ୍ରା ୫ ଡିଗ୍ରୀକୁ ଖସି ଆସିଥିବା ବେଳେ ଅନୁଗୁଳ ୫.୬, କୋରାପୁଟ ୭, ସୁନ୍ଦରଗଡ଼ ୭, ଝାରସୁଗୁଡ଼ା ୭.୮, ଭବାନୀପାଟଣା ୮, କେନ୍ଦୁଝର ୮.୮, ବୌଦ୍ଧ ୯, ବାରିପଦା ୯, ବଲାଙ୍ଗୀର-୯.୨, ସୋନପୁର ୯.୪ ଡିଗ୍ରୀ ସେଲସିୟସ ଥିଲା । ଉପକୂଳ ଓଡିଶାରେ ମଧ୍ୟ ପାରଦ ସ୍ୱାଭାବିକଠାରୁ କମ ଥିବା ବେଳେ ପ୍ରାୟତ ୧୨ ରୁ ୧୩ ଡିଗ୍ରୀ ଭିତରେ ଅଛି ।