ଜୁଲାଇ ୬ ରୁ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ

ଜୁଲାଇ ୬ ରୁ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ

ଜୁଲାଇ ୬ ରୁ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନ
ଭୁବନେଶ୍ୱର : ବିଜେପି ପକ୍ଷରୁ ସଦସ୍ୟତା ସଂଗ୍ରହ ଅଭିଯାନ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୧ ତାରିଖ ଯାଏ ଚାଲିବା ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଏହି ସଦସ୍ୟତା ଅଭିଯାନକୁ ଠିକ୍ ଭାବେ କ୍ରିୟାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଂସଦ, ବିଧାୟକ ଓ କାର୍ଯ୍ୟକର୍ତ୍ତମାନଙ୍କୁ ସଦସ୍ୟତା ସଂଗ୍ରହ ନେଇ ତାଲିମ ଦିଆଯାଇଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଦସ୍ୟତା ଅଭିଯାନର ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ କହିଲେ, ସାଧାରଣ ଲୋକ ଅନଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରିପାରିବେ । ଏହା ସହ ନିଜ ମୋବାଇଲ ନମ୍ବରରୁ ୮୯୮୦୮୦୮୦୮୦ ନମ୍ବରରେ ମିସ କଲ ଦେଇ ସଦସ୍ୟତା ଗ୍ରହଣ କରିପାରିବେ । ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ ଜଣ ସଦସ୍ୟତା ନେଇପାରିବେ । ଯେଉଁଠାରେ ମୋବାଇଲ ସେବା ଉପଲବ୍ଧ ନାହିଁ ସେଠାରେ ବ୍ୟକ୍ତିଗତ ଭାବେ ସଦସ୍ୟତା ଫର୍ମ ପୂରଣ କରି ସଦସ୍ୟତା ଗ୍ରହଣ କରିପାରିବେ । ସେହିପରି ପ୍ରଥମ ଥର ସଦସ୍ୟତା ହୋଇଥିବା ବା ହେବାକୁ ଥିବା ଯୁବକ, ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳରେ ସଦସ୍ୟ ଭାବେ ସାମିଲ କରାଯିବ ।ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ରହୁଥିବା ବ୍ୟକ୍ତିବିଶେଷଙ୍କୁ ସଦସ୍ୟକରିବା ପାଇଁ ପ୍ରାଥମିକତା ଦିଆଯିବ । ସଦସ୍ୟତା ଅଭିଯାନକୁ ମଲ, ହାଟବଜାର, ରେଳଷ୍ଟେସନ, ବସଷ୍ଟାଣ୍ଡ ପରି ସର୍ବସାଧାରଣ ସ୍ଥାନରେ କରାଯିବା ସହ ଏ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ଏହି ବୈଠକରେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂହ, ସାଂସଦ ସୁରେଶ ପୂଜାରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଜୁଏଲ ଓରାମ, ଗିରିଧର ଗମାଙ୍ଗୋ, କନକବର୍ଦ୍ଧନ ସିଂହଦେଓ, ବିଜୟ ମହାପାତ୍ର, ମନମୋହନ ସାମଲ, ଦାମୋଦର ରାଉତ, ସୁରମା ପାଢ଼ୀ ଓ ସମୀର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ବିଧାୟକ, ବିଧାୟକ ପ୍ରାର୍ଥୀ ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।