ଜୋ ବିଡେନ୍ ରାଷ୍ଟ୍ରପତି ହେଲେ ଆମେରିକାରେ ଚୀନର ପ୍ରଭୁତ୍ୱ ବଢିବ : ଟ୍ରମ୍ପ
ଜୋ ବିଡେନ୍ ରାଷ୍ଟ୍ରପତି ହେଲେ ଆମେରିକାରେ ଚୀନର ପ୍ରଭୁତ୍ୱ ବଢିବ : ଟ୍ରମ୍ପ
admin
Aug 8, 2020 - 10:18
Updated: Aug 8, 2020 - 10:18
ୱାଶିଂଟନ୍ : ଆସନ୍ତା ନଭେମ୍ବରରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏକ ବିବାଦୀୟ ବୟାନ ଦେଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଟାର୍ଗେଟ୍ କରିଛନ୍ତି । ବିଡେନ୍ କ୍ଷମତାକୁ ଆସିଲେ ଆମେରିକାରେ ଚୀନର ପ୍ରଭୁତ୍ୱ ବଢିବ ବୋଲି ଟ୍ରମ୍ପ ମତ ଦେଇଛନ୍ତି । ଶୋଇ ରହିଥିବା ଜୋ ବିଡେନ୍ଙ୍କୁ ରାଷ୍ଟପତି ପତି ଭାବରେ ଦେଖିବା ପାଇଁ ଚୀନ୍ ଉତ୍ସାହର ସହିତ ଚାହିଁ ବସିଛି । ଆମେରିକୀୟ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି । କେବଳ ଚୀନ୍ ନୁହେଁ ଇରାନ୍ ମଧ୍ୟ ବିଡେନଙ୍କୁ ରାଷ୍ଟ୍ରପତି ଭାବରେ ଦେଖିବାକୁ ଚାହୁଁଛି । ବିଡେନ୍ ନିର୍ବାଚିତ ହେଲେ ଇରାନ୍ ସହିତ ଏକାଧିକ ଡିଲ୍ ସ୍ୱାକ୍ଷର କରି ପାରନ୍ତି । ତେବେ ଇରାନ୍ ଅପେକ୍ଷା ଚୀନ୍ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବଡ ବିପଦ ବୋଲି ଟ୍ରମ୍ପ କହିଛନ୍ତି ।