ଟିକା ଅଭାବ ଯୋଗୁଁ ୫ ଜିଲ୍ଲାରେ ଟିକାକରଣ ବନ୍ଦ

ଟିକା ଅଭାବ ଯୋଗୁଁ ୫ ଜିଲ୍ଲାରେ ଟିକାକରଣ ବନ୍ଦ

ଟିକା ଅଭାବ ଯୋଗୁଁ ୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ସମୟରେ ଟିକା ଅଭାବ ଯୋଗୁଁ ଟିକାଦାନ ବାଧାପ୍ରାପ୍ତ ହେଉଛି । ଏବେ ପୁଣି ଥରେ ରାଜ୍ୟରେ ଟିକା ଅଭାବ ସମସ୍ୟା ଦେଖାଦେଇଛି । 

ଟିକା ଅଭାବ ଯୋଗୁ ଏପଟେ ସେସନ୍‌ ସାଇଟ୍‌ କମାଇଛି ସ୍ୱାସ୍ଥ୍ୟ ବିଭାଗ । ୫୨୦ କେନ୍ଦ୍ରରେ ହୋଇଛି ଟିକାଦାନ । ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ୍‌, ନୟାଗଡ଼ ଆଉ ନୂଆପଡ଼ା । ୫ ଜିଲ୍ଲାରେ ଶୁକ୍ରବାର ଦିନ ବି କେନ୍ଦ୍ର ଚାଲିବନି।

ଅତି ବେଶିରେ ଦିନେ କି ଦୁଇ ଦିନ ଦିଆଯାଇପାରିବ କୋଭିସିଲ୍ଡ ଟିକା । ପ୍ରଥମ ଡୋଜ୍‌ କଥା ଛାଡ଼ନ୍ତୁ, ଦ୍ୱିତୀୟ ଡୋଜ୍‌ଙ୍କୁ ଦେବାକୁ ବି ପର୍ୟ୍ୟାପ୍ତ ଟିକା ନାହିଁ ରାଜ୍ୟରେ । କୋଭିସିଲ୍ଡର ମାତ୍ର ୧ ଲକ୍ଷ ୯ ହଜାର ୫୯୦ ଡୋଜ୍‌ ରହିଛି । ତେବେ କୋଭାକ୍ସିନ୍‌ର ୨ ଲକ୍ଷ ୫୪ ହଜାର ୩୦ ଡୋଜ୍‌ କୋଭାକ୍ସିନ୍‌ ରହିଛି । ତେବେ କୋଭାକ୍ସିନ୍‌ କେବଳ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଦିଆଯାଉଛି ।

 ଅନ୍ୟପକ୍ଷରେ  ଆସନ୍ତା ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ କରାଯିବ ବୋଲି  ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଯେ,  ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ ।  ଆଜି ଏନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ ।  ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।