ଟ୍ରାକ୍ଟର ଶୋଭାଯାତ୍ରା ହିଂସାରେ ହସ୍ତକ୍ଷେପ କରିବୁନି : ସୁପି୍ରମକୋର୍ଟ

ଟ୍ରାକ୍ଟର ଶୋଭାଯାତ୍ରା ହିଂସାରେ ହସ୍ତକ୍ଷେପ କରିବୁନି : ସୁପି୍ରମକୋର୍ଟ

ଟ୍ରାକ୍ଟର ଶୋଭାଯାତ୍ରା ହିଂସାରେ ହସ୍ତକ୍ଷେପ କରିବୁନି : ସୁପି୍ରମକୋର୍ଟ
ନୂଆଦିଲ୍ଲୀ: ଗତ ୨୬ ତାରିଖରେ ଆନେ୍ଦାଳନରତ ଚାଷୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ନୂଆଦିଲ୍ଲୀରେ ସଂଘଟିତ ହିଂସାକାଣ୍ଡର ତଦନ୍ତ କରିବାକୁ ଆଗତ ସଂଖ୍ୟାଧିକ ଆବେଦନର ଶୁଣାଣି କରିବେ ନାହିଁ ବୋଲି ସୁପି୍ରମକୋର୍ଟ ରୋକଠୋକ ଶୁଣାଇଛନ୍ତି । କେନ୍ଦ୍ର ସରକାର ଏଭଳି ହିଂସାତ୍ମକ ଘଟଣାର ତଦନ୍ତ କରୁଛନ୍ତି ବୋଲି ଆମେ ନିଶ୍ଚିତ ଅଛୁ । ସେହିପରି ଆଇନ ମଧ୍ୟ ତା’ ବାଟରେ ଯିବ ବୋଲି ପ୍ରଧାନ ଘୋଷଣା କରିଥିବା ଏକ ବକ୍ତବ୍ୟ ଆମେ ପଢ଼ିଛୁ । ସୁତରାଂ ଏହି ମାମଲାରେ ଆମେ ଆଉ ହସ୍ତକ୍ଷେପ କରିବା ଆବଶ୍ୟକ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି । ସେହିପରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଉକ୍ତ ହିଂସାକାଣ୍ଡର ତଦନ୍ତ ସାରିବା ଲାଗି ସୁପି୍ରମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ ଲାଗି ହୋଇଥିବା ଜନସ୍ୱାର୍ଥ ମାମଲାକୁ ମଧ୍ୟ ଖଣ୍ଡପୀଠ ଅଗ୍ରାହ୍ୟ କରି ଦେଇଛନ୍ତି । ଅପରପକ୍ଷେ, ଏଥି ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆବେଦନକାରୀ ତଥା ଆଇନଜୀବୀ ବିଶାଳ ତିୱାରୀଙ୍କୁ ଅଦାଲତ ପରାମର୍ଶ କରିଛନ୍ତି ।