ଦହି ପନିର୍ ପ୍ରସ୍ତୁତି ପ୍ରଣାଳୀ

ଦହି ପନିର୍ ପ୍ରସ୍ତୁତି ପ୍ରଣାଳୀ

ଦହି ପନିର୍ ପ୍ରସ୍ତୁତି ପ୍ରଣାଳୀ
ଆବଶ୍ୟକ ସାମଗ୍ରୀ- ପନିର୍‌, ଦହି, ଲୁଣ, ଚିନି, ତେଲ, ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, ଫ୍ରେଶ୍ କ୍ରୀମ୍‌, ମହୁ, ପୋଦିନା ପତ୍ର, ଅଦା, କସ୍ତୁରୀ ମେଥି, ଶୁଖିଲା ଲଙ୍କା, କାଜୁ ପେଷ୍ଟ । ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ପନିର୍‌କୁ ଛୋଟଛୋଟ କରି କାଟିବେ । ତାପରେ ଏକ ପାତ୍ରରେ ଅଳ୍ପ ତେଲ, ଲୁଣ, ଲଙ୍କା ପାଉଡର, ହଳଦୀ ପାଉଡର ନେଇ ଭଲଭାବେ ମିକ୍ସ କରିବେ । ତାପରେ ସେଥିରେ କସ୍ତୁରୀ ମେଥି ଏବଂ କାଟି ରଖିଥିବା ପନିର୍ ପକାଇ ଭଲଭାବେ ଗୋଳାଇବେ । ଏହାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ , ସେଥିରେ ପ୍ରସ୍ତୁତ କରି ରଖିଥିବା ପନିର୍ ପକାଇ ହାଲ୍‌କା ଫ୍ରାଏ କରିବେ । ପନିର୍ ଫ୍ରାଏ ହୋଇ ସାରିବା ପରେ, ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ପୁଣି ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ଅଦା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ଶୁଖିଲା ଲଙ୍କା ପକାଇ ଫ୍ରାଏ କରି ଅଳ୍ପ ପାଣି ପକାଇବେ । ଏହାପରେ ଆଉ ଏକ ପାତ୍ରରେ ଦହି ନେଇ ସେଥିରେ ଲଙ୍କା ପାଉଡର, ହଳଦୀ ପାଉଡର, ଧନିଆ ପାଉଡର, କାଜୁ ପେଷ୍ଟ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍‌ରେ ବସିଥିବା ପ୍ୟାନ୍‌ରେ ଏହାକୁ ଢାଳି ଭଲଭାବେ ଗୋଳାଇବେ । କିଛି ସମୟ ଏହାକୁ ଗୋଳାଇବୋ ପରେ , ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଗୋଳାଇବେ । ତାପରେ ସେଥିରେ ସ୍ୱାଦ ଅନୁଯାୟୀ ଲୁଣ ଏବଂ ଅଳ୍ପ ଚିନି ପକାଇ ମିକ୍ସ କରିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପାତ୍ରକୁ କାଢି , ତା ଉପରେ ଫ୍ରାଏ କରି ରଖିଥିବା ପନିର୍ ପକାଇବେ । ଏହାପରେ ତା ଉପରେ ଅଳ୍ପ ଫ୍ରେଶ୍ କ୍ରୀମ୍‌, ମହୁ, ପୋଦିନା ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଦହି ପନିର୍ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।