ଦିଲ୍ଲୀପ ତିର୍କି ହେଲେ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍
ଦିଲ୍ଲୀପ ତିର୍କି ହେଲେ ଓଡ଼ିଶା ହକି ଆଡହକ୍ କମିଟିର ଚେୟାରମ୍ୟାନ୍
ଭୁବନେଶ୍ୱର : ଓଡ଼ିଶା ଚାପରେ ନଇଁଛି ହକି ଇଣ୍ଡିଆ । ଭୋଳନାଥ ସିଂହଙ୍କୁ ଆଡ଼ ହକ କମିଟି ଚେୟାରମ୍ୟାନ କରାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ହକି ଇଣ୍ଡିଆ ଏହାର ନିଷ୍ପତି ବଦଳାଇ ଦେଇଛି । ଓଡ଼ିଶାର ତାରକା ଖେଳାଳୀ ଦିଲୀପ ତିର୍କୀଙ୍କୁ ହକି ଇଣ୍ଡିଆ ଆଡ଼ହକ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି ।
ସୂଚନାଯୋଗ୍ୟଯେ, ଭୋଳନାଥ ସିଂହ ହେଉଛନ୍ତି ଝାରଖଣ୍ଡ ହକି ସଂଘର ସଭାପତି । ତାଙ୍କୁ ଓଡ଼ିଶା ଆଡ଼ ହକ କମିଟି ଅଧ୍ୟକ୍ଷ କରାଯାଇଥିବାରୁ ଅନେକ ସମାଲୋଚନା କରାଯାଇଥିଲା । ଓଡ଼ିଶା ସରକାର ହକି ଇଣ୍ଡିଆର ପ୍ରଯୋଜକ ଥିବାବେଳେ ଓଡ଼ିଆଙ୍କୁ ଉପେକ୍ଷା ନେଇ ପ୍ରଶ୍ନ ଉଠିଥିଲା । ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାର ଦିଲୀପ ତିର୍କୀ ଜଣେ ଅଲମ୍ପିଆନ ଭାବେ ଖ୍ୟାତି ଅର୍ଜନ କରିଥିବାବେଳେ ଜାତୀୟ ହକି ଦଳର ବି ବହୁବାର ନେତୃତ୍ୱ ନେଇଛନ୍ତି । ଗଣମାଧ୍ୟମରେ ବି ହକି ଇଣ୍ଡିଆର ନିଷ୍ପତିକୁ ନେଇ ପ୍ରଶ୍ନ ଉଠିଥିଲା । ଏନେଇ ରାଜ୍ୟ ସରକାର ହସ୍ତକ୍ଷେପ କରିଥିଲେ । ତେଣୁ ନିଷ୍ପତି ବଦଳିଥିବା ଜଣାପଡ଼ିଛି ।
ଅପରପକ୍ଷରେ ଆଡ଼ହକ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ଦିଲୀପ ତିର୍କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।




admin 