ଦୀପାବଳିରେ ମିଳିବ ଲକ୍ଷ୍ମୀକୃପା

ଦୀପାବଳିରେ ମିଳିବ ଲକ୍ଷ୍ମୀକୃପା

ଦୀପାବଳିରେ ମିଳିବ ଲକ୍ଷ୍ମୀକୃପା
ଦୀପାବଳି ଦେବୀ ଲକ୍ଷ୍ମୀଙ୍କ ଆରାଧନାର ପର୍ବ । ପରିଷ୍କାର ପରିଚ୍ଛନ୍ନତାକୁ ବିଶ୍ୱାସ କରୁଥିବା ଦେବୀ ଲକ୍ଷ୍ମୀଙ୍କ ଆବାହନ ପୂର୍ବରୁ ଘର ସଫା କରାଯାଏ । ଏହି ସମୟରେ କେତେକ କଥା ପ୍ରତି ବିଶେଷ ଦୃଷ୍ଟି ଦେବା ଆବଶ୍ୟକ । ଏହା ମଧ୍ୟ ବାସ୍ତୁ ଦୃଷ୍ଟିରୁ ଉପକାରୀ । ଘରର ମୁଖ୍ୟ ଦରଜା ଭାଙ୍ଗିଥିଲେ କିମ୍ବା ଶବ୍ଦ କରୁଥିଲେ ତଥା କୌଣସି ଆସବାବ ପତ୍ର ଭାଙ୍ଗିଥିଲେ ଏହାକୁ ସଜାଡ଼ି ଦିଅନ୍ତୁ । ଭଙ୍ଗା କବାଟ ନକାରାତ୍ମକ ପରିବେଶ ସୃଷ୍ଟି କରେ । ଘରେ ଭଙ୍ଗା ଆଇନା କିମ୍ବା ଅନ୍ୟ କାଚ ଜିନିଷ ରହିଲେ ଏହା ନକାରାତ୍ମକ ଶକ୍ତିକୁ ଡାକିଆଣେ । ପରିବାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରେ । ତେଣୁ ଏହାକୁ ବାହାର କରି ଦିଅନ୍ତୁ । କୌଣସି ଘଣ୍ଟା ବନ୍ଦ ହୋଇଯାଇଥିଲେ ଏହାକୁ ତୁରନ୍ତ ଚଳାଇବାର ବ୍ୟବସ୍ଥା କରନ୍ତୁ । ପୂରା ଖରାପ ହୋଇଯାଇଥିଲେ ଫିଙ୍ଗି ଦେବା ଉଚିତ । ଘରେ କୌଣସି ଭଙ୍ଗା ଫ୍ରେମ ଫଟୋ, ସାଜସଜ୍ଜା ଜିନିଷ ନଚେତ୍ ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ ଜିନିଷ ଥିଲେ ଫିଙ୍ଗିଦେବା ଉଚିତ । ପ୍ରତିବର୍ଷ ଦୀପାବଳିରେ ନୂଆ ଦୀପ ଜଳାନ୍ତୁ । ଗତବର୍ଷର ବଳକା ଦୀପ ନ ଜଳାଇବା ଉଚିତ ।