ଦୁଇରୁ ତିନି ସପ୍ତାହ ମଧ୍ୟରେ ଟିକା ଆସିପାରେ
ଦୁଇରୁ ତିନି ସପ୍ତାହ ମଧ୍ୟରେ ଟିକା ଆସିପାରେ
admin
Jan 4, 2021 - 07:05
Updated: Jan 4, 2021 - 07:05
ଭୁବନେଶ୍ୱର : ଆଗାମୀ ଦୁଇରୁ ତିନି ସପ୍ତାହ ମଧ୍ୟରେ ଟିକା ଆସିପାରେ । ଅର୍ଥାତ ଏଇ ଜାନୁଆରୀରେ ହିଁ ଓଡିଶାରେ ଟିକା ପହଁଚିବା ସହ ଟିକାକରଣ ଆରମ୍ଭ ହେବ । ଦୁଇଟି ଟିକାକୁ ଅନୁମତି ମିଳିଛି । ତେଣୁ ସବୁ ରାସ୍ତା ଖୋଲି ଯାଇଛି । ଟିକା କରଣ ଦାଇତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଟ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ସାଧାରଣ ଟିକା ଭଳି କୋଭାକ୍ସିନ ଓ କୋଭାସିଲ୍ଟକୁ କେନ୍ଦ୍ରୀୟ ଔଷଧ ମାନବ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ)ର ଅନୁମତି ମିଳିସାରିଛି । ପ୍ରସ୍ତୁତ ହୋଇ ରହିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ନିଦେ୍ଧଶ ଦେଇଛନ୍ତି । କାଲି ରାଜ୍ୟରେ ୩୧ ସ୍ଥାନରେ ଡ୍ରାଏ ରନ ବା ଡମି ଟିକାକରଣ ସରିଛି । ଏପଟେ ଦେଶ ପାଇଁ କୋଭାସିଲ୍ଡର ୫କୋଟି ଡୋଜ ପ୍ରସ୍ତୁତ କରି ରଖିଛି ସେରମ ଇନଷ୍ଟିଚ୍ୟୁଟ ଅଫ ଈଣ୍ଡିଆ । ତେଣୁ ଆଉ ବିଳମ୍ବ ହେବନି । ସାଧାରଣ ପୋଲିଓ ଅନ୍ୟ ଟିକାକୁ ଯେମିତି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଛି, ସେହିଭଳି ଏହି ଦୁଇ ଟିକାକୁ ମଧ୍ୟ ସ୍ଥାନାନ୍ତର କରାଯିବ । ୨ରୁ ୮ ଡିଗ୍ରୀ ମଧ୍ୟରେ ଟିକାକୁ ସଂରକ୍ଷିତ ରଖାଯିବ ।
ପଥମ ପର୍ୟ୍ୟାୟରେ ରାଜ୍ୟରୁ ୩ ଲକ୍ଷ ୨୦ ହଜାର ଟିକା ଦିଆଯାଇଛି । ଏଥିରେ ୧ ଲକ୍ଷ ୪୦ ହଜାର ଅଙ୍ଗନବାଡି ହେଲପର, ସୁପରଭାଇଜର, ଓ ସିଡିପିଓ ରହିବେ । ଏଥିରେ ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ସାମିଲ କରାଯିବ । ୮ ହଜାର ୨୬୭ ଜଣ ଭାକ୍ସିନେଟର ଓ ୨୯ହଜାର ୨୭୬ ସେସନ ସାଇଟ ଚିହ୍ନଟ କରାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ କୋ - ୱିନ ୱେବ ପୋର୍ଟାଲରେ ଅପଲୋଡ ହୋଇ ସାରିଛି । ଟିକା ସଂରକ୍ଷଣ ଓ କୋଲ୍ଡଚେନ ପାଇଁ ୧୨୨୨ ପଏଣ୍ଟକୁ ଚିହ୍ନଟ କରାଯାଇଛି । ଏହାବାଦ ଜିଲ୍ଲା ଓ ରାଜ୍ୟରେ ଟିକାକରଣ ବର୍ୟ୍ୟବେକ୍ଷଣ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । ଟିକାକରଣ ପାଇଁ ୨୧ଲକ୍ଷ ସିରିଞ୍ଜ ମଧ୍ୟ ଆସି ପହଞ୍ଚିସାରିଛି ।