ବିଜେଡି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟାକାଣ୍ଡ : ପୃଥ୍ୱୀରାଜ ହରିଚନ୍ଦନ

ବିଜେଡି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟାକାଣ୍ଡ : ପୃଥ୍ୱୀରାଜ ହରିଚନ୍ଦନ

ବିଜେଡି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟାକାଣ୍ଡ : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର: ବିଜେଡି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟାକାଣ୍ଡ କରାଯାଇଛି । ପୂର୍ବରୁ କଂଗ୍ରେସ କରୁଥିଲା । ଏବେ ବିଜେଡି କରୁଛି । ଏହା ଲଜ୍ଜାକର । ମାହାଙ୍ଗାରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ସୋମବାର ଟ୍ୱିଟ ଯୋଗେ ନିଜ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଏହାଛଡ଼ା ସେ କହିଛନ୍ତି ଯେ, ୪୮ ଘଣ୍ଟାରେ ଦୋଷୀ ଧରାନପଡ଼ିଲେ ରାଜ୍ୟରେ ପ୍ରତିବାଦ କରାଯିବ । ଏପରିକି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ ବିଜେପି ନେତାଙ୍କ ହତ୍ୟା ଓ ନିଜ ନାମରେ ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଲକ୍ଷ୍ୟ ହେଉ । ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ । ବିଜେପି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛି । ଆମ ନାମରେ ଯେଉଁ ଏତଲା ହୋଇଛି, ତଦନ୍ତ ହେଲେ ତାହାର ସତ୍ୟାସତ୍ୟ ଜଣାପଡ଼ିବ । ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ କି ଦୋଷୀ ଗିରଫ ହୋଇ ଦଣ୍ଡ ପାଆନ୍ତୁ । ବିଜେପି ଯାହା କରିବା କଥା କରୁ । ଆମେ ଯାହା କରିବା କଥା କରିବୁ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।