ସବୁ ତଦନ୍ତରେ ଜଣାପଡିବ:ପ୍ରତାପ ଜେନା

ସବୁ ତଦନ୍ତରେ ଜଣାପଡିବ:ପ୍ରତାପ ଜେନା

ସବୁ ତଦନ୍ତରେ ଜଣାପଡିବ:ପ୍ରତାପ ଜେନା
ଭୁବନେଶ୍ୱର: ବିଜେପି ଯାହା କରିବା କଥା କରୁ । ଆମେ ଯାହା କରିବା କଥା କରିବୁ । ସବୁ ତଦନ୍ତରେ ଜଣାପଡିବ । ମହାଙ୍ଗା ବିଜେପି ନେତାଙ୍କ ହତ୍ୟା ଓ ନିଜ ନାମରେ ଏତଲା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଇନମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ସେ କହିଛନ୍ତି ଯେ, ଓଡ଼ିଶାରେ କିଛି ଘଟିଲେ ଦୋଷୀ ଗିରଫ ହୋଇ ଦଣ୍ଡପାଇବା ଲକ୍ଷ୍ୟ ହେଉ । ବିରୋଧୀ ରାଜନୈତିକ ଦଳ ଏହା ଚାହାନ୍ତି କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ । ବିଜେପି ଘଟଣାକୁ ରାଜନୈତିକ ରୂପ ଦେବାକୁ ଚାହୁଁଛି । ଆମ ନାମରେ ଯେଉଁ ଏତଲା ହୋଇଛି, ତଦନ୍ତ ହେଲେ ତାହାର ସତ୍ୟାସତ୍ୟ ଜଣାପଡ଼ିବ । ବ୍ୟକ୍ତିଗତ ଭାବେ ଉଦ୍ୟମ ରହିବ କି ଦୋଷୀ ଗିରଫ ହୋଇ ଦଣ୍ଡ ପାଆନ୍ତୁ । ବିଜେପି ଯାହା କରିବା କଥା କରୁ । ଆମେ ଯାହା କରିବା କଥା କରିବୁ ବୋଲି ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ପ୍ରକାଶ ଯେ, ଶନିବାର ରାତି ପ୍ରାୟ ସାଢେ଼ ୭ଟା ସମୟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ । ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ । କୁଳମଣି ଓ ଦିବ୍ୟସିଂହ ବାଇକରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଉଭୟଙ୍କ ମୁଣ୍ଡ ଓ ମୁହଁକୁ ହାଣି ଫେରାର ହୋଇଯାଇଥିଲେ । ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ମାହାଙ୍ଗା ଡାକ୍ତରଖାନାକୁ ନେଇଥିଲା । ଏଥିରେ ବିଜେଡ଼ିର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ କରିଛନ୍ତି । ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତିଯେ, ଘଟଣାକୁ ନେଇ ସେ ଦୁଃଖିତ ଓ ମର୍ମାହତ । ରାଜନୀତିରେ ହିଂସାର ସ୍ଥାନ ନାହିଁ । କୁଳମଣିଙ୍କୁ ଯିଏ ହତ୍ୟା କରିଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତାପ କହିଛନ୍ତି ।