ରାଜସ୍ଥାନରେ ବ୍ୟାପିଲା ବାର୍ଡ ଫ୍ଲୁ

ରାଜସ୍ଥାନରେ ବ୍ୟାପିଲା ବାର୍ଡ ଫ୍ଲୁ

ରାଜସ୍ଥାନରେ ବ୍ୟାପିଲା ବାର୍ଡ ଫ୍ଲୁ
ଜୟପୁର: କରୋନା ମହାମାରୀକୁ ନେଇ ସାଧାରଣ ଲୋକେ ପୂର୍ବରୁ ଚିନ୍ତାରେ ଥିଲା ବେଳେ ଏବେ ରାଜସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିବା ସେଠାକାର ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଗତ କିଛି ଦିନ ଭିତରେ ଏହି କାରଣରୁ ରାଜ୍ୟର ବିଭିନ୍ନ ଭାଗରେ ୩୦୦ କାଉ ଓ ୧୦୦ ଅନ୍ୟ ପକ୍ଷୀଙ୍କର ମୃତୁ୍ୟ ହୋଇଛି । ଏହା ପରେ ରାଜସ୍ଥାନର ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ ରାଜ୍ୟରେ ବାର୍ଡ ଫ୍ଲୁ ଆଲର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ କିଛି ଦିନ ତଳେ ରାଜସ୍ଥାନର ଝଲୱାର ଅଞ୍ଚଳରେ ୫୦ଟି କାଉ ମରିପଡ଼ିଥିବାର ଦେଖାଯାଉଥିଲା । ଏହା ପରେ ପରେ ରାଜ୍ୟର ଅନ୍ୟ କିଛି ଭାଗ ଯେପରିକି କୋଟା, ଯୋଧପୁର, ବରନ ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ୩୦୦ କାଉ ମରିଥିବାର ଖବର ଆସିଥିଲା । ନାଗାଉର ଜିଲ୍ଲାର ୫୦ଟି ମୟୂରଙ୍କ ସହ ୧୦୦ ଅନ୍ୟ ପକ୍ଷୀ ଓ ଝଲୱାର ଅନ୍ତର୍ଗତ ପନୱାର ଅଞ୍ଚଳରେ ୬୦ଟି କୁକୁଡ଼ାଙ୍କର ବି ମୃତୁ୍ୟ ହୋଇଛି । ଏହି ପକ୍ଷୀମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏହି ନମୁନାଗୁଡ଼ିକ ବାର୍ଡ ଫ୍ଲୁ ପଜିଟିଭ ବାହାରିଛି । ଏହା ପରେ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗ ସତର୍କ ସୂଚନା ଜାରି କରି ସମସ୍ତ ଚିଡିଆଖାନା ଓ ଅଭୟାରଣ୍ୟରେ ପଶୁପକ୍ଷୀମାନଙ୍କ ଭିତରେ ଏହି ରୋଗ ଯେପରି ନ ବ୍ୟାପେ ସେଥିପ୍ରତି ଧ୍ୟାନ ଦେବାକୁ କହିଛି ।