ଦୁର୍ନୀତି ବିରୋଧ ରେ ସଂଗ୍ରାମ ସମିତି ର ଶୋଭାଯାତ୍ରା

ଦୁର୍ନୀତି ବିରୋଧ ରେ ସଂଗ୍ରାମ ସମିତି ର ଶୋଭାଯାତ୍ରା

ଦୁର୍ନୀତି ବିରୋଧ ରେ ସଂଗ୍ରାମ ସମିତି ର ଶୋଭାଯାତ୍ରା
ବେଲପଡା(ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅଂଚଳ ରେ ଦୁର୍ନୀତି /ଅନ୍ୟାୟ ବିରୁଦ୍ଧରେ ଅଂଚଳ ର ଯୁବକ ମାନଙ୍କୁ ନେଇ ଗତ ୧୫ ଦିନ ହେଲା ସଂଗ୍ରାମ ସମିତି ଗଠନ ହୋଇଛି । ସମିତି ବିଭିନ୍ନ ଲକ୍ଷ୍ୟ ନେଇ କାମ କରିବ ବୋଲି ଘୋଷଣା କରିଥିଲା ବେଳେ ଶୁକ୍ରବାର ସଂଗ୍ରାମ ସମିତି ସଭାପତି ହରିଶ ବୁଡେକ ଙ୍କ ନେତୃତ୍ୱ ରେ ବ୍ଲକ ର ବିଭିନ୍ନ ଗ୍ରାପ ଗୁଡିକ ରୁ ଶତାଧିକ ଜନସାଧାରଣ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ । ବେଲପଡା ତାରୀଣି ମନ୍ଦିର ଠାରେ ଏକତ୍ରୀତ ହୋଇ ଶୋଭାଯାତ୍ରା ରେ କଲୈଜ ଠାରୁ ପଂଚାୟତ ସମିତି କାର୍ଯ୍ୟାଳୟ କୁ ଯାଇଥିଲେ ।ପ୍ରଥମେ କଲେଜ କୁ ଯାଇ କଲେଜ କୁ ଯାଇ ଅଧ୍ୟକ୍ଷ ନବୀନ ମେହେର ର୍୍କୁ ଭେଟି ପୁଷ୍ପମାଲ ଦେଇ ଛାତ୍ରୀ ଛାତ୍ର ମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଅଂଚଳ ରେ ଶିକ୍ଷା ର ଉନ୍ନତ୍ତି ଦିଗରେ ଯତ୍ନବାନ ହେବାପାଇଁ ଅନୁରୋଧ କରିଥିଲେ । ସେହି ପରି ସଂଗ୍ରାମ ସମିତି ତ କର୍ମକର୍ତା ଓ ଜନସାଧାରଣ ମଧ୍ୟ ଏସବିଆଇ ବେଲପଡା ର ମ୍ୟାନେଜର,ବିଡିସିସି ବ୍ୟାଙ୍କ ,ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ନୁନହାଡ ଶାଖା ,ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ,ତହସିଲ ଅଫିସ,ବେଲପଡା ଥାନା, କୃଷି କାର୍ଯ୍ୟାଳୟ,ଗ୍ରାମ୍ୟ ଜଳଯୋଗାଣ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ଗେଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ମାନଙ୍କୁ ଯାଇ ସମସ୍ତ ଅଧିକାରୀ ଙ୍କୁ ଭେଟି ଫୁଳମାଲ ଦେଇ ସମ୍ମାନ ଜଣାଇ ଜନସାଧାରଣ ଙ୍କ ପାଇଁ କାମ କରିବା ସହ ଦୁର୍ନୀତି ଠାରୁ ଦୁରେଇ ରହି ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ଭାବରେ ଲୋକଙ୍କ ପାଇଁ କାମ କରିବା ପାଇଁ ଅନୁରୋଧ କରିଥିଲେ । ଆଗାମୀ ଦିନ ରେ କୈାଣସି ଅଧିକାରୀ ସାଧାରଣ ଜନତାକୁ ହରରାଣ ହରକତ କରନ୍ତି ତେବେ ଆନେ୍ଦାଳନ କରି ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧ ସଂଗ୍ରାମ ସମିତି ଲଢେଇ କରିବ ବୋଲି ଚେତାବନୀ ଦିଆଯାଇଥିଲା । ସମିତି ର ବନ୍ଦ ଡାକରା ରେ ବେଲପଡା ର ବଣିକ ସଂଘ,ଡ୍ରାଇଭର ସଂଘ,ଅଟୋରିକ୍ସା ସଂଘ,ଆଦୀବାସୀ ସଂଘ,ଜୟ କୋଶଳ କୃଷକ ସଂଗଠନ ର କର୍ମକର୍ତା ସାମିଲ ହୋଇଥିଲେ । ବନ୍ଦ ଯୋଗୁଁ ବେଲପଡା ର ଦୋକାନ ବଜାର ସକାଳ ପୁର୍ବାହ୍ନ ୧୦ ଟାରୁ ଦିନ ୨ ଟାପର୍ଯ୍ୟନ୍ତ ବନ୍ଦ ରହିଥିଲା ତେବେ ଗାଡି ମୋଟର ଚଳାଚଳ,ସ୍କୁଲ କଲେଜ ,ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବରେ ଚାଲିଥିଲା । ସମିତି ର ସଭାପତି ହରିଶ ବୁଡେକ, ସଂପାଦକ ପ୍ରଦୀପ ବୁଡେକ ,ଜନାର୍ଦ୍ଧନ ସିଂ , ମେଘନାଦ ସାହୁ ,ବନମାଳୀ ନାଏକ ,ସିପୁନ ଖମାରୀ ସମେତ ଶତାଧିକ ଜନସାଧାରଣ ଆନ୍ଦାଳନ ରେ ସାମିଲ ହୋଇଥିଲେ ।