ଦେଶରେ ଏବେ ଆଉ ୩ଟି ପ୍ରଜାତି ଭୂତାଣୁ ମଧ୍ୟ ଚିନ୍ତାଜନକ
ଦେଶରେ ଏବେ ଆଉ ୩ଟି ପ୍ରଜାତି ଭୂତାଣୁ ମଧ୍ୟ ଚିନ୍ତାଜନକ
ନୂଆଦିଲ୍ଲୀ: ଦେଶରେ ଏବେ ଡେଲଟା ପ୍ଲସ ପ୍ରଜାତିର କରୋନା ଭୂତାଣୁକୁ ନେଇ ଚିନ୍ତାବ୍ୟକ୍ତ କରାଯାଉଛି । ୧୨ଟି ରାଜ୍ୟରେ ଏହି ଭୂତାଣୁ ଠାବ ହେବା ସହିତ ୫୦ ରୁ ଅଧିକ ବ୍ୟକ୍ତି ଏଥିରେ ଏ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରୂପାନ୍ତରିତ ଅନ୍ୟ ପ୍ରଜାତି ତୁଳନାରେ ଏହି ଭୂତାଣୁ ଅଧିକ ମାତ୍ରାରେ ବ୍ୟାପୁଥିବା କୁହାଯାଇଛି । ତେବେ କେବଳ ଡେଲଟା ପ୍ଲସ ଭୂତାଣୁ ନୁହେଁ, ଆଉ ୩ଟି ପ୍ରଜାତିର ଭୂତାଣୁ ମଧ୍ୟ ଲୋକଙ୍କୁ ବହୁଳ ଭାବରେ ସଂକ୍ରମିତ କରିବା ସହିତ ଅର୍ଥନୀତିକୁ ଗଭୀର ଭାବେ ପ୍ରଭାବିତ କରିବା ଆଶଙ୍କା ରହିଛି । ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି) ପକ୍ଷରୁ କୁହାଯାଇଛି ଏହି ପ୍ରଜାତିର ଭୂତାଣୁ ଗୁଡ଼ିକ ହେଲେ ଆଲଫା, ବିଟା ଏବଂ ଡେଲଟା । ଆଲଫା ବି ୧.୧.୭ ପ୍ରଥରେ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୦ ଡିସେମ୍ବରରେ ଠାବ ହୋଇଥିଲା । ତେବେ ଏହି ଭୂତାଣୁର ଉତ୍ସ ବି୍ରଟେନ ରହିଥିଲା ବୋଲି ସିଡିସି ପକ୍ଷରୁ କୁହାଯାଇଛି । ସେହିଭଳି ବିଟା ପ୍ରଜାତି ଭୂତାଣୁ ବା ବି.୧.୩୫୧ ଗତ ଡିସେମ୍ବର ଦକ୍ଷିଣ ଆଫି୍ରକାରେ ଚିହ୍ନଟ ହୋଇଥିଲା । ଚଳିତ ବର୍ଷ ଜାନୁଆରୀରେ ଏହି ପ୍ରଜାତି ଭୂତାଣୁ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ପହଞ୍ଚିଥିଲା ।