ଧର୍ମେନ୍ଦ୍ରଙ୍କ ଦ୍ୱାରା ଇ-କ୍ଲାସରୁମ ଲୋକାର୍ପିତ

ଧର୍ମେନ୍ଦ୍ରଙ୍କ ଦ୍ୱାରା ଇ-କ୍ଲାସରୁମ ଲୋକାର୍ପିତ

ଧର୍ମେନ୍ଦ୍ରଙ୍କ ଦ୍ୱାରା ଇ-କ୍ଲାସରୁମ ଲୋକାର୍ପିତ
ଭୁବନେଶ୍ୱର: ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ ଲୋକାର୍ପିତ ହୋଇଯାଇଛି । ଏନେଇ ଭୁବନେଶ୍ୱରସ୍ଥ ରବୀନ୍ଦ୍ର ମଣ୍ଡପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ ଲୋକାର୍ପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଅଶ୍ୱିନୀ ବୈଷ୍ଣବ, ଅପରାଜିତା ଷଡ଼ଙ୍ଗୀ ଓ ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଯେ, ୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ଟି ଇ-କ୍ଲାସରୁମ ରହିବ । ଭୁବନେଶ୍ୱରରେ ୬ଟି, କଟକରେ ୨ଟି ଓ ଜଟଣୀରେ ଗୋଟିଏ କେଭିରେ ରହିବ । ଏହା ଦ୍ୱାରା ୧୨ ହଜାର ୩୦୦ ଛାତ୍ରଛାତ୍ରୀ ଉପକୃତ ହେବେ ।