ଜିତେନ୍ଦ୍ର- ନିରଞ୍ଜନ ଆଲୋଚନା

ଜିତେନ୍ଦ୍ର- ନିରଞ୍ଜନ ଆଲୋଚନା

ଜିତେନ୍ଦ୍ର- ନିରଞ୍ଜନ ଆଲୋଚନା
ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶନିବାର ନୂଆଦିଲ୍ଲୀରେ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଭେଟିଛନ୍ତି । ରାଜ୍ୟରେ ହେବାକୁ ଥିବା ସାଧାରଣ ପରିଷଦ ବୈଠକ ସମ୍ପର୍କରେ ନିରଞ୍ଜନ ପ୍ରଭାରୀ ଜିତେନ୍ଦ୍ରଙ୍କୁ ଭେଟିଛନ୍ତି । ଆସନ୍ତା ୨୦ରୁ ୩୦ ମଧ୍ୟରେ ସବୁ ରାଜ୍ୟରେ ସାଧାରଣ ବୈଠକ ଅନୁଷ୍ଠିତ ହେବ । ଓଡ଼ିଶାରେ ସାଧାରଣ ପରିଷଦ ଭାଙ୍ଗିଛି, ଯେତିକି ଅଛୁ ବୈଠକରେ ବସିବୁ ବୋଲି ନିରଞ୍ଜନ କହିଛନ୍ତି । ଏହି ଅବସରରେ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନଙ୍କ ବିଷୋଦଗାର ସମ୍ପର୍କରେ ପ୍ରଭାରୀ ଜିତେନ୍ଦ୍ର ସିଂହ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଇତୀଶଙ୍କ ବାବଦରେ ଏନ୍ଏସୟୁଆଇକୁ ଅବଗତ କରିଛୁ । ପ୍ରକାଶ ଯେ, ଗୁରୁବାର ନୂଆଦିଲ୍ଲୀରେ ଏଆଇସିସି ବୈଠକ ଚାଲିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଇତୀଶ ଯୁଦ୍ଧଂଦେହୀ ଡାକରା ଦେଇଥିଲେ । ଇତୀଶ ଏକ ସାମ୍ବାଦିକ ସମ୍ମିଳନୀରେନିରଞ୍ଜନଙ୍କ ବିରୋଧରେ ବିଷ ଓଗାଳିବା ସହ ଚ୍ୟାଲେଞ୍ଜ କରିଥିଲେ । ଖାଲି ଚ୍ୟାଲେଞ୍ଜ କରିନାହାନ୍ତି ନିରଞ୍ଜନଙ୍କ ନିଦ ହଜାଇ ଦିଆଯିବ ବୋଲି ଚେତବାନୀ ଦେଇଥିଲେ । ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ ବୋଲି ଇତୀଶ କହିଥିଲେ । ସେହିପରି ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟସ୍ଥ କରି ନିରଞ୍ଜନ ଦଳକୁ ବିକି ଦେଇଛନ୍ତି । ପୁଅ ମାଧ୍ୟମରେ ବେପାର କରୁଛନ୍ତି । ଏହାକୁ ସହ୍ୟ କରାଯିବନି ବୋଲି ଇତୀଶ କହିଥିଲେ । ଅନ୍ୟପକ୍ଷରେ ଦେଶରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ନେଇ ଅକ୍ଟୋବର ୧୫ରୁ ୨୫ ମଧ୍ୟରେ ଆନେ୍ଦାଳନ କରାଯିବ । ଓଡ଼ିଶାରେ ମଧ୍ୟ ଆନେ୍ଦାଳନ ହେବ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି ।