ନବଙ୍କ ଘରେ ଧର୍ମେନ୍ଦ୍ର ପ୍ରଧାନ
ନବଙ୍କ ଘରେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଧର୍ମେନ୍ଦ୍ର ପ୍ରଧାନଙ୍କ ଝାରସୁଗୁଡ଼ାରେ ଏକ କାର୍ୟ୍ୟକ୍ରମରେ ସାମିଲ ହେବା ଅବସରରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବଦାସଙ୍କ ସରବାହଲ ବାସଭବନକୁ ଯାଇ ନବଦାସଙ୍କୁ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ନବଦାସଙ୍କ ହତ୍ୟା ହେବା ପରେ ତାଙ୍କ ମୃତ୍ୟୁକୁ ପୁରିଛି ୧୪ ଦିନ ।
ନବଙ୍କ ଘରୁ ବାହାରି ଜିଲ୍ଲାର ଅନ୍ୟ ଜଣେ ନେତା ପୂର୍ବତନ ବାଚସ୍ପତି ସ୍ବର୍ଗତ କିଶୋର ମହାନ୍ତିଙ୍କ ମଙ୍ଗଲବଜାର ବାସଭବନରେ ପହଁଚି କିଶୋରଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ତାଙ୍କ ପରିବାର ସହ କିଛି ସମୟ ଆଲୋଚନା କରିଥିଲେ।