ନବୀନଙ୍କ ଉତରାଧିକାରୀ ପାଣ୍ଡିଆନ !

ନବୀନଙ୍କ ଉତରାଧିକାରୀ ପାଣ୍ଡିଆନ !

ନବୀନଙ୍କ ଉତରାଧିକାରୀ ପାଣ୍ଡିଆନ !
ଭୁବନେଶ୍ୱର : କିଏ ହେବେ ନବୀନ ପଟ୍ଟନାୟକଙ୍କ ଉତରାଧିକାରୀ ? ଏହାକୁ ନେଇ ବିଭିନ୍ନ ମହଲରେ ବେଶ ରୋଚକ ଆଲୋଚନା ଜାରି ରହିଛି । ପ୍ରଥମେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ତାଙ୍କୁ ହିଁ ନବୀନ ନିଜର ଉତରାଧିକାରୀ କରିବେ ବୋଲି କୁହାଯାଉଥିଲା । କିନ୍ତୁ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ ବୋଲି ନବୀନ କହି ସାରିବା ପରେ ବସ୍ତୁତଃ ଏହି ଚର୍ଚ୍ଚା ଥମିବା ବଦଳରେ ଆହୁରି ବଢ଼ିଚାଲିଛି । ଯଦି ଅରୁଣ ନବୀନଙ୍କ ଉତରାଧିକାରୀ ହେବେନାହିଁ, ତେବେ କିଏ ହେବେ ? ଅପରପକ୍ଷରେ ବିଜେଡ଼ିରେଯେ, ନେତା ନାହାନ୍ତି ତାହା ନୁହେଁ ? ସେମାନଙ୍କରଯେ, ଯୋଗ୍ୟତା ନାହିଁ ତାହା ନୁହେଁ ? କିନ୍ତୁ ବିଜେଡ଼ିର ଯେଉଁ ଯୁବନେତାମାନେ ଅଛନ୍ତି, ସେମାନେ ନିଜ ନେତୃତ୍ୱକୁ ବିସ୍ତାରିତ ଓ ସଂଗଠିତ କରିବାରେ ଯେତିକି ସମୟ ଦେଉନାହାନ୍ତି, ପରନ୍ତୁ ଦଳରେ ଥିବା ନିଜ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଚେର କାଟିବାରେ ସେତିକି ସମୟ ଦେଉଥିବା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ବିଜେଡ଼ିର ଅନେକ ଯୁବନେତାଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ବଢ଼ିବା ବଦଳରେ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଏମିତିକି ଦଳ ଭିତରେ ଗଦାଗଦା ଶତ୍ରୁ ବି ଗଢ଼ି ହୋଇସାରିଲାଣି । ଏବେ ଆସିବା ମୂଳ ପ୍ରସଙ୍ଗକୁ । ନବୀନଙ୍କ କହିବାନୁଯାୟୀ ଦଳ ଭିତରୁ ଜଣେ ତାଙ୍କର ଉତରାଧିକାରୀ ହେବେ । ରାଜ୍ୟବାସୀ ହିଁ ତାଙ୍କର ଉତରାଧିକାରୀ ବାଛିବେ । ଶୁଣିବାକୁ ହୁଏତ ଏହା ଭଲ ଲାଗୁଥାଇପାରେ, କିନ୍ତୁ ବାସ୍ତବରେ ରାଜ୍ୟବାସୀଯେ, ବିଜେଡ଼ିର ନେତୃତ୍ୱ ଚୟନ କରିବେ ତାହା ଗ୍ରହଣୀୟ ହୋଇପାରୁନାହିଁ । ତେବେ ଧିରେଧିରେ ନବୀନଙ୍କ ଉତରାଧିକାରୀ କିଏ ହେବେ ତାହାର ସ୍ଥିତି ସ୍ପଷ୍ଟ ହେବାରେ ଲାଗିଛି । ବିଗତ କିଛି ବର୍ଷ ଧରି ନବୀନଙ୍କୁ ଉଭୟ ପ୍ରଶାସନିକ ଓ ସାଂଗଠନିକ କ୍ଷେତ୍ରରେ ସାହାଯ୍ୟ କରି ଆସୁଥିବା ଭି କାର୍ତିକେୟନ ପାଣ୍ଡିଆନ ହିଁ ଉତରାଧିକାରୀ ହେବେବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପାଣ୍ଡିଆନଙ୍କ ରଣନୀତି ୨୦୧୯ରେ ବହୁତ ସଫଳ ହୋଇଛି । ଯେଉଁଥିପାଇଁ ବିଜେପିର ଆଶା ପାଣିରେ ମିଳାଇ ଯାଇଛି କହିଲେ ଅତୁ୍ୟକ୍ତି ହେବନାହିଁ । ବିଜେଡ଼ିର ଦାୟିତ୍ୱ ନେବା ପାଇଁ ପାଣ୍ଡିଆନ ଏବେ ପ୍ରସ୍ତୁତି ଆରମ୍ଭ କରିଦେଇଥିବା କୁହାଯାଉଛି । ଦଳ ପକ୍ଷରୁ ଏନେଇ ସୁଚିନ୍ତିତ ଯୋଜନା ବି କରାଯାଇଛି । ଯାହାର ଏକ ଝଲକ ନିକଟରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ନବୀନଙ୍କ ସହ ପାଣ୍ଡିଆନଙ୍କ ଏକ ପ୍ରାୟୋଜିତ ଫଟୋ ପୋଜ ସୋସିଆଲ ମିଡ଼ିଆରେ ଘୂରି ବୁଲିଛି । ସେହି ଫଟୋ ଯେଉଁଠି ଉଠା ଯାଇଛି ସେଠାରେ କୌଣସି ଗଣମାଧ୍ୟମ ପ୍ରତିନିଧି ବା ସାଧାରଣ ଲୋକ ପ୍ରବେଶ କରିପାରିବେ ନାହିଁ । ନବୀନ ନିବାସରେ ଏକ ଖୁସିର ମୁହୂର୍ତରେ ଉଭୟ ଏହି ଫଟୋ ଉଠାଇଛନ୍ତି । ଯଦି ଏହି ଫଟୋ କେବଳ ସ୍ମୃତି ପାଇଁ ଉଠାଯାଇଥା’ନ୍ତା ତାହେଲେ ଏହା ମୋବାଇଲ କିମ୍ବା ଫଟୋ ଆଲବମରେ ହିଁ ରହିଥା’ନ୍ତା । କିନ୍ତୁ ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଆଉ ଏହି ଫଟୋ ସବୁ ବିଜେଡ଼ି ନେତା ଓ ମୁଖପାତ୍ରମାନେ ହିଁ ଭାଇରାଲ କରିଛନ୍ତି । ଅର୍ଥାତ ଏକ ଦୀର୍ଘମିଆଦୀ ଉଦେ୍ଧଶ୍ୟ ରଖି ଏହି ଫଟୋ ଭାଇରାଲ କରାଯାଇଛି । ଫଳରେ ପାଣ୍ଡିଆନ ବିଜେଡ଼ିର ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଇପାରିବ ।