ନଭେମ୍ବର ମାସ ପାଇଁ ଅନଲକ୍-୬ ଗାଇଡଲାଇନ ଜାରି
ନଭେମ୍ବର ମାସ ପାଇଁ ଅନଲକ୍-୬ ଗାଇଡଲାଇନ ଜାରି
admin
Oct 31, 2020 - 11:12
Updated: Oct 31, 2020 - 11:12
ଭୁବନେଶ୍ୱର : ନଭେମ୍ବର ମାସ ପାଇଁ ଅନଲକ୍-୬ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟସରକାର । କଣ୍ଟେନେମେଣ୍ଟ ଜୋନ୍ରେ ଲକ୍ଡାଉନ୍ କଟକଣା ଜାରି ରହିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସରକାର । ସେହିପରି ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନର ଅବରୋଧ ଅଞ୍ଚଳ ସ୍ଥିର କରିବେ । ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ । ବାହାଘରରେ ସର୍ବାଧିକ ୨୦୦ ଲୋକ ଯୋଗଦାନ କରିପାରିବେ ବୋଲି ଏହି ଗାଇଡଲାଇନ୍ରେ ସୂଚନା ରହିଥିବାବେଳେ ଅନ୍ତିମସଂସ୍କାରରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ସେହିପରି ନଭେମ୍ବର ୧୬ ତାରିଖରୁ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ନବମ ଦଶମ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ତାରିଖ ଯାଏଁ ବନ୍ଦ ରହିବ । ତେବେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ବଡ଼ ଧରଣର ରାଜନୈତିକ, ଧାର୍ମିକ, କ୍ରୀଡା ସମାବେଶକୁ ବାରଣ କରାଯାଇଛି । ପ୍ରଶାସନ ଅନୁମତିରେ ଧାର୍ମିକ ଅନୁଷ୍ଠାନ ଖୋଲିପାରିବେ ବୋଲି ସୂଚନା ରହିଛି । ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା କରାଯାଇପାରିବ ।