ବିବାହ ନାମରେ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ : କୋର୍ଟ
ବିବାହ ନାମରେ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ : କୋର୍ଟ
admin
Oct 31, 2020 - 11:11
Updated: Oct 31, 2020 - 11:11
ବିବାହ ନାମରେ ଧର୍ମାନ୍ତରୀକରଣ ଗ୍ରହଣୀୟ ନୁହେଁ : କୋର୍ଟ
ଆହ୍ଲାବାଦ : ଧର୍ମାନ୍ତରୀକରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଆହ୍ଲାବାଦ କୋର୍ଟ । ବିବାହ ପାଇଁ ଧର୍ମାନ୍ତରୀକରଣ ଜରୁରୀ ନୁହେଁ ବୋଲି ଆହ୍ଲାବାଦ ହାଇକୋର୍ଟ ମତ ଦେଇଛନ୍ତି । ଏକ ଦମ୍ପତ୍ତିଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ ଉପରେ ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଜନୈକ ଦମ୍ପତ୍ତି କୋର୍ଟଙ୍କ ନିକଟରୁ ସୁରକ୍ଷା ଦାବି କରି ଯାଚିକା ଦାଖଲ କରିଥିବା ବେଳେ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ମୁସଲିମ ଯୁବତୀ ଜଣକ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିବା ପାଇଁ ବିବାହର ଏକ ମାସ ଦୁଇ ଦିନ ପୂର୍ବରୁ ଧର୍ମ ପରିବର୍ତ୍ତନ କରିଥିଲେ । ଏହାପରେ ପରିବାର ଲୋକଙ୍କଠାରୁ ସୁରକ୍ଷା ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଜଷ୍ଟିସ ମହେଶ ଚନ୍ଦ୍ର ତ୍ରୀପାଠିଙ୍କ ନେତୃତ୍ୱରେ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ । ଏପରି ୨୦୧୪ ମସିହାର ଏକ କେସର ଉଦାହରଣ ଦେଇ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଗ୍ରହଣୀୟ ନୁହେଁ ବୋଲି ମତ ଦେଇଥିଲେ ।