ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ହିଂସାକାଣ୍ଡ ଆସାମ

ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ହିଂସାକାଣ୍ଡ ଆସାମ

ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ହିଂସାକାଣ୍ଡ ଆସାମ
ଆସାମ - ନାଗରିକତା ସଂଶୋଧନ ବିଲ ପାସକୁ ନେଇ ବିରୋଧ ଯୋରଦାର କରାଯାଇଛି । ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ଗୌହାଟିରେ କର୍ଫ୍ୟୁ ଜାରି ହୋଇଛି। ଆନ୍ଦୋଳନକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପୁଲିସ ପ୍ରୟୋଗ କରିଥିବା ଜଣାପଡ଼ିଛି। ଆସାମ ଓ ତ୍ରିପୁରାରେ ସେନା ମୁତୟନ କରାଯାଇଥିବା ବେଳେ ୧୨ ଓ ୧୩ ତାରିଖ ପାଇଁ ୧୦ଟି ଟ୍ରେନ ବାତିଲ ହୋଇଛି। ଏହାସହ ୩୦ ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଆସାମର ୧୦ଟି ଜିଲାରେ ବୁଧବାର ଠାରୁ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି।