ନିଜକୁ ହତ୍ୟା ପାଇଁ ସୁପାରୀ!

ନିଜକୁ ହତ୍ୟା ପାଇଁ ସୁପାରୀ!

ନିଜକୁ ହତ୍ୟା ପାଇଁ ସୁପାରୀ!
ନୂଆଦିଲ୍ଲୀ: ବୀମା ରାଶି ପାଇବା ପାଇଁ ଜଣେ ଯୁବକ ନିଜକୁ ହତ୍ୟା କରାଇଲା । ନିଜକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା । ନିଜକୁ ହତ୍ୟା କରିବା ପାଇଁ ୮୦ ହଜାର ଟଙ୍କାର ସୁପାରୀ ଦେଲା ଜଣେ ଯୁବକ । ୫୦ ଲକ୍ଷ ଟଙ୍କାର ବୀମା ରାଶି ପାଇବାକୁ ଜଣେ ଯୁବକ ନିଜକୁ ହତ୍ୟା କରାଇବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି । ୨ ଜଣ ସୁପାରୀ କିଲରଙ୍କୁ ଧରି ରାଜସ୍ଥାନ ପୁଲିସ ଘଟଣାର ପର୍ଦ୍ଧାଫାସ କରିଛି । ପ୍ରକାଶ ଯେ, ମୃତ ଯୁବକ ଜଣକ ହେଲେ ବଲବୀର ଖରୋଲ । ତାଙ୍କ ଘର ରାଜସ୍ଥାନର ଭିଲୱାରା ଅଞ୍ଚଳରେ । ବଲବୀରଙ୍କ ପରିବାର ଲୋକେ ଆର୍ଥିକ ସଙ୍କଟରେ ଗତି କରୁଥିଲେ । ପରିବାରର ସ୍ୱଚ୍ଛଳତା ପାଇଁ ବୀମା ଟଙ୍କା ପାଇବାକୁ ବଲବୀର ଯୋଜନା କରିଥିଲା । ଏନେଇ ନିଜେ ହତ୍ୟା ହେଲେ ହିଁ ବୀମା ଟଙ୍କା ମିଳିବ ବୋଲି ବଲବୀର ଭାବିଥିଲା । ଯୋଜନା ମୁତାବକ ଦୁଇ ହତ୍ୟାକାରୀଙ୍କୁ ବଲବୀର ସୁପାରି ଦେଇଥିଲା । ହତ୍ୟାକରୀ ଦୁହେଁ ବଲବୀରର ବେକକୁ ଦଉଡ଼ିରେ ଚିପି ମାରି ଦେଇଥିଲେ ।