ନିର୍ବାଚନ ଲଢ଼ିବେ ନାହିଁ ପ୍ରଭାତ ବିଶ୍ୱାଳ

ନିର୍ବାଚନ ଲଢ଼ିବେ ନାହିଁ ପ୍ରଭାତ ବିଶ୍ୱାଳ

ନିର୍ବାଚନ ଲଢ଼ିବେ ନାହିଁ ପ୍ରଭାତ ବିଶ୍ୱାଳ
ଭୁବନେଶ୍ୱର : ୨୦୧୯ରେ ନିର୍ବାଚନ ଲଢ଼ିବି ନାହିଁ ପ୍ରଭାତ ବିଶ୍ୱାଳ । ଆଜି ପ୍ରଭାତ ବିଶ୍ୱାଳ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି । ସେ ଉଲ୍ଳେଖ କରିଛନ୍ତିଯେ, ସେ ୨୦୧୯ରେ ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କୁ ଫସାଇବା ପାଇଁ ସିବିଆଇ ଷଡ଼ଯନ୍ତ୍ର କରିଥିଲା । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ କପୋଳକଳ୍ପିତ ଓ ଭିର୍ତିହୀନ । ଏହି ଷଡ଼ଯନ୍ତ୍ର ପାଇଁ ଦଳ ଓ ସେ ନିଜେ ବଦନାମ ହୋଇଛନ୍ତି । ତାଙ୍କର ଅଦାଲତଙ୍କ ଉପରେ ପୂର୍ଣ୍ଣ ଭରସା ଅଛି । ଯେପର‌୍ୟ୍ୟନ୍ତ ସେ ସମ୍ପୂର୍ଣ୍ଣ ଦୋଷମୁକ୍ତ ହୋଇନାହାନ୍ତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ପ୍ରଭାତ ପ୍ରକାଶ କରିଛନ୍ତି । ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇଥିବାରୁ ତାଙ୍କୁ ଏଥର ଟିକେଟ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ପ୍ରଭାତ ତ୍ରିପାଠୀଙ୍କ ଟିକେଟ ମଧ୍ୟ ସେହି କାରଣରୁ ଟିକେଟ କଟିସାରିଛି । ଦଳ ପକ୍ଷରୁ ଏନେଇ ସ୍ପଷ୍ଟ ଭାବେ କୁହାଯାଇଥିଲା । ଫଳରେ ପ୍ରଭାତଙ୍କ ବଦଳରେ ବାଙ୍କୀରେ ଏବେ ତାଙ୍କ ପୁଅ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଅପରପକ୍ଷରେ ପ୍ରଭାତ ବିଶ୍ୱାଳଙ୍କ ଟିକେଟ ମଧ୍ୟ କଟିବ ବୋଲି ସ୍ପଷ୍ଟ ହୋଇଯାଇଥିବାବେଳେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରାଯାଇଛି ।