ନିଶାଦ୍ରବ୍ୟର ବିଷ କାଟିବ ଟିକା
ନିଶାଦ୍ରବ୍ୟର ବିଷ କାଟିବ ଟିକା
admin
May 16, 2019 - 12:19
Updated: May 16, 2019 - 12:19
ବିଶ୍ୱରେ ଅଫିମଜାତ ବିଭିନ୍ନ ନିଶାଦ୍ରବ୍ୟର ବ୍ୟାପକ ଚୋରା କାରବାର ହେଉଥିବାବେଳେ ତାର ଭୟାବହତାକୁ ରୋକିବା ପାଇଁ ବୈଜ୍ଞାନିକମାନେ ଏକ ଟିକା ପ୍ରସ୍ତୁତ କରିଛନ୍ତି । ପରୀକ୍ଷାରେ ଫେନଟାନିଲର ପ୍ରଭାବ ରୋକିବାରେ ଏହି ଟିକା ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି । ଫେନଟାନିଲ ଏକ ଯନ୍ତ୍ରଣା ଉପଷମକାରୀ ଔଷଧ, ଯାହା ଅଫିମଜାତ ନିଶାଦ୍ରବ୍ୟ ମରଫିନଠୁ ୫୦ ରୁ ୫ ଶହ ଗୁଣା ଅଧିକ ପ୍ରଭାବଶାଳୀ । କିଛି ନିଶା ବ୍ୟବସାୟୀ ହେରୋଇନ ବଦଳରେ ଏବେ ଏହାର କାରବାର କରୁଛନ୍ତି । ହେରୋଇନ ସହିତ ମଧ୍ୟ ଏହାର ବ୍ୟବସାୟ କରୁଛନ୍ତି । ତେବେ ଏହି ନୂଆ ଟିକା ଫେନଟାନିଲର ପ୍ରତିକୂଳ ପ୍ରଭାବ ମସ୍ତିଷ୍କରେ ପହଂଚିବାରୁ ରୋକିପାରୁଛି । ଏକ ପ୍ରତିକାରେ ଆମେରିକାର ସାନ ଡିଏଗୋସ୍ଥିତ ଦ ସ୍କ୍ରିପସ ରିସଚ୍ଚ ଇନଷ୍ଟିଚୁ୍ୟଟର ପ୍ରଫେସର କିମ ଜାନଡା କହିଛନ୍ତି ,ଏହି ନୂଆ ଟିକା ନିଶାଦ୍ରବ୍ୟର ବିଷାକ୍ତ ପ୍ରଭାବକୁ ରୋକିବାରେ ସମର୍ଥ । ଏ ପ୍ରକାର ଟିକା ପ୍ରଥମ ବୋଲି ସେ ଦାବି ମଧ୍ୟ କରିଛନ୍ତି । ୨୦୦୦ରୁ ୨୦୧୮ ମଧ୍ୟରେ ଅଫିମଜାତ ନିଶାଦ୍ରବ୍ୟର ମାତ୍ରାଧିଳ ସେବନରୁ ମୃତ୍ମ୍ୟ ହାର ୨ ଶହ ପ୍ରତିଶତ ବୃଦ୍ଧି ପାଇଛି । ତେଣୁ ଏହି ଟିକା ନିଶାଗ୍ରସ୍ତଙ୍କ ଶରୀରରେ ପ୍ରବେଶ କରିବା ପରେ ନିଶାର ପ୍ରଭାବ ହ୍ରାସ କରିବା ସହିତ ରୋଗ ପ୍ରତିରୋଧକ ପ୍ରଣାଳୀ ମଧ୍ୟ ଉନ୍ନତ କରେ । ମୂଷା ଶରୀରରେ ଏହି ଟିକାକୁ ପରୀକ୍ଷା କରାଯାଇଛି ।