ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଗରେ ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି ରଖିବେ
ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଆଗରେ ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି ରଖିବେ
ଭୁବନେଶ୍ବର: ବୁଧବାର ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ୩ ଦିନିଆ ଓଡିଶା ଗସ୍ତ ସମୟରେ ସେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ । ବୁଧବାର ଦିନ ୧୧ଟାବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜୀବ କୁମାରଙ୍କ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ୨ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କ ସହ ଏହି ବୈଠକ ହେବ।
ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀ ରାଜ୍ୟର ସ୍ୱାର୍ଥ ସହ ଜଡିତ ଅନେକ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି। ରାଜ୍ୟ ସରକାର ପୁନର୍ବାର ସ୍ୱତନ୍ତ୍ର ଫୋକସ ରାଜ୍ୟ ଦାବି ଦୋହରାଇବେ ବୋଲି ଜଣାପଡ଼ିଛି । ନର୍ଥ-ଇଷ୍ଟ ରାଜ୍ୟ ପରି ସ୍ୱତନ୍ତ୍ର ସୁବିଧା ଏବଂ କେନ୍ଦ୍ରୀୟ ଅନୁଦାନ, ଆକାଂକ୍ଷା ଜିଲ୍ଲାର ବିକାଶ, କେନ୍ଦ୍ରୀୟ ଅନୁଦାନ ହ୍ରାସ ଏବଂ ଓଡିଶାକୁ ଅଂଶୀଦାର ଏବଂ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଅନ୍ୟାନ୍ୟ ବିଷୟ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି।