ନୂଆ ଗାଇଡଲାଇନ : ମଦ୍ୟପାନ, ଗୁଟୁଖା ଓ ପାନ ସେବନ ଉପରେ କଟକଣା

ନୂଆ ଗାଇଡଲାଇନ : ମଦ୍ୟପାନ, ଗୁଟୁଖା ଓ ପାନ ସେବନ ଉପରେ କଟକଣା

ନୂଆ ଗାଇଡଲାଇନ : ମଦ୍ୟପାନ, ଗୁଟୁଖା ଓ ପାନ ସେବନ ଉପରେ କଟକଣା
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ମାସରେ ଗାଇଡଲାଇନ ଜାରି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଫେବୃଆରୀ ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଏହି ନୂଆ ଗାଇଡଲାଇନ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ । ଏହି ଗାଇଡଲାଇନ ଭିତରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଉପରେ କଟକଣା ଜାରି କରାଯାଇଛି । ଖାଲି ସେତିକି ନୁହେଁ ସର୍ବସାଧାରଣ ସ୍ଥାନାରେ ପାନ ଓ ଗୁଟୁଖା ସେବନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଅନ୍ୟପକ୍ଷରେ ପୂର୍ବପରି ବାହାରେ ଛେପ ପକାଇଲେ ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଆଜି ଜାରି କରାଯାଇଥିବା ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଅନୁମତି ପ୍ରଦାନ କରାଯାଇଛି । ସେଗୁଡ଼ିକ ହେଲା: ୧- କେନ୍ଦ୍ର ଗାଇଡଲାଇନ ମାନି ସତର୍କତାର ସହ କଣ୍ଟେନମେଣ୍ଟ ହୋଇପାରିବ ୨- ଜିଲ୍ଲାପାଳ ବା ସ୍ଥାନୀୟ କର୍ତ୍ତୃପକ୍ଷ କଣ୍ଟେନମେଣ୍ଟ ନିର୍ଦ୍ଧାରଣ କରିବେ ୩- ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶରେ ୫ଶହ ଲୋକଙ୍କୁ ଅନୁମତି ୪- ଇଣ୍ଡୋର ହଲରେ କ୍ଷମତାର ୫୦% ସିଟ ପାଇଁ ମିଳିବ ଅନୁମତି ୫- ଖୋଲା ଜାଗାରେ ପଡ଼ିଆ ଆକାର ଦେଖି ସମାଗମ ନିର୍ଦ୍ଧାରଣ ହେବ ୬- ବିବାହ ଓ ଶେଷକୃତ୍ୟ କାର୍ଯ୍ୟରେ ସର୍ବାଧିକ ୫୦୦ ଜଣଙ୍କୁ ଅନୁମତି ୭- ସମାବେଶରେ ମାସ୍କ, ସାମାଜିକ ଦୂରତ୍ୱ ଓ ଥର୍ମାଲ ସ୍କାନିଂ ଜରୁରୀ ୮- ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ ଦିଆଯାଇଛି ୯-ଇଞ୍ଜିନିୟରିଂ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇପାରିବେ ବୈଷୟିକ ଶିକ୍ଷା ବିଭାଗ ୧୦- ଏସଓପି ମାନି ଖୋଲିପାରିବ ସିନେମା ହଲ ଓ ଥିଏଟର ୧୧- ସ୍ଥାନୀୟ ଅଧିକାରୀଙ୍କ ଅନୁମତିରେ ଚାଲିପାରିବ ଯାତ୍ରା ଓ ଖୋଲାମଞ୍ଚ