ନୂଆ ଭାଇରସ ପାଇଁ ଏସଓପି ଜାରି କଲେ ସରକାର

ନୂଆ ଭାଇରସ ପାଇଁ ଏସଓପି ଜାରି କଲେ ସରକାର

ନୂଆ ଭାଇରସ ପାଇଁ ଏସଓପି ଜାରି କଲେ ସରକାର
ନୂଆଦିଲ୍ଲୀ: ବି୍ରଟେନରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ସରକାର ଏକ ନୂଆ ସୁରକ୍ଷା ନିଦେ୍ର୍ଧଶାବଳୀ ଜାରି କରିଛନ୍ତି । ବି୍ରଟେନର ନୂଆ ଭୂତାଣୁକୁ ନେଇ ଭୟ ବଢ଼ିବା ପରେ ସରକାର ନୂଆ ଏସଓପି ଜାରି କରିଛନ୍ତି । ନୂଆ ଏସଓପିରେ ବି୍ରଟେନରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ, ନୂଆ ଭୂତାଣୁ ସଂକ୍ରମିତଙ୍କ ପାଇଁ ପୃଥକ ଆଇସୋଲେସନ ଏବଂ ସଂକ୍ରମିତ ହୋଇଥିବା ଯାତ୍ରୀଙ୍କ ସହ ଆସିଥିବା ସହଯାତ୍ରୀମାନେ ଆନୁଷ୍ଠାନିକ ଭାବେ କ୍ୱାରେଣ୍ଟିନ ସେଣ୍ଟରରେ ରହିବା ଭଳି ବ୍ୟବସ୍ଥା ରହିଛି । ଏସଓପି ଜାରି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାଇରସ ସଂକ୍ରାନ୍ତ ଇସିଡିସି (ୟୁରୋପିଆନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ) ଆକଳନରୁ ଜଣାପଡ଼ିଛି ଯେ ଏହା ଖୁବ ଶୀଘ୍ର ବ୍ୟାପୁଛି ଓ ଯୁଗଗୋଷ୍ଠୀଙ୍କୁ ଏହି ଭାଇରସ ଅଧିକ ପ୍ରଭାବିତ କରୁଥିବା ଜଣାପଡ଼ିଛି । ସଂକ୍ରମଣରେ ୧୭ଟି ପରିବର୍ତ୍ତନ ହୋଇଥିବା କୁହାଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଚି ଏହା ପୂର୍ବାପେକ୍ଷା ଅଧିକ ସଂକ୍ରାମକ ଏବଂ ଲୋକମାନଙ୍କ ମଧ୍ୟରେ ଅତି ସହଜରେ ବ୍ୟାପୁଛି ।