ନୂଆବର୍ଷ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ଲାଗୁ ହେବ ସ୍ବତନ୍ତ୍ର ଏସଓପି

ନୂଆବର୍ଷ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ଲାଗୁ ହେବ ସ୍ବତନ୍ତ୍ର ଏସଓପି

ନୂଆବର୍ଷ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ଲାଗୁ ହେବ ସ୍ବତନ୍ତ୍ର ଏସଓପି
ପୁରୀ: କରୋନା କଟକଣା ଯୋଗୁଁ ବନ୍ଦ ରହିଛି ସମସ୍ତ ଧର୍ମସ୍ଥଳୀ । କରୋନା କ୍ରମଶଃ ହ୍ରାସ ପାଉଥିବା ଯୋଗୁଁ ରାଜ୍ୟ ସରକାର ଦର୍ଶନୀୟ ଓ ଧର୍ମ ସ୍ଥଳକୁ ଖୋଲିବା ପାଇଁ ଯୋଜନା କରୁଛନ୍ତି । ନୂଆବର୍ଷ ପୂର୍ବରୁ ଖୋଲିପାରେ ଶ୍ରୀମନ୍ଦିର । ଡିସେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିପାରେ ଶ୍ରୀମନ୍ଦିର । ଏନେଇ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯିବ । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି । ଅନ୍ୟପଟେ ଆସନ୍ତା ୨୭ ତାରିଖରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପାଇଁ ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ନାଗାର୍ଜୁନ ବେଶରେ ସମସ୍ତ ସେବାୟତ ସହଯୋଗ କରିବେ । ରାତିରେ ବେଶ ସମୟରେ ପୋଲିସ ବ୍ୟବସ୍ଥା ରହିବ । ନାଗାର୍ଜୁନ ବେଶ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ରହିବ । ଅବଢା ଯୋଜନାରେ ହେବାକୁ ଥିବା ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରହିବ । ଏଥିପାଇଁ ଅନଲାଇନ ଦର୍ଶନ ବନ୍ଦ ରହିବ । ପତିତପାବନଙ୍କର ନାଗାର୍ଜୁନ ବେଶ ହେବନାହିଁ । ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । କୌଣସି ଭକ୍ତ ସେବାୟତ ବେଶରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସେପଟେ ନାଗାର୍ଜୁନ ବେଶ ଦିନ ଭକ୍ତମାନେ ପତିତପାବନଙ୍କ ଦର୍ଶନ କରିପାରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ବୈଠକରେ ପୁରୀ ଜିଲ୍ଲାପାଳ, ଏସପି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ।