ପରିବହନ ବିଭାଗ ପକ୍ଷରୁ ଆଜିଠୁ ନୂଆ ନିୟମ, ଜାଣନ୍ତୁ କ’ଣ

ପରିବହନ ବିଭାଗ ପକ୍ଷରୁ ଆଜିଠୁ ନୂଆ ନିୟମ, ଜାଣନ୍ତୁ କ’ଣ

ପରିବହନ ବିଭାଗ ପକ୍ଷରୁ ଆଜିଠୁ ନୂଆ ନିୟମ, ଜାଣନ୍ତୁ କ’ଣ
ଭୁବନେଶ୍ୱର : ପରିବହନ ବିଭାଗ ପକ୍ଷରୁ ଆଗିଠୁ ନୂଆ ନିୟମ ଲାଗୁ କରାଯାଇଛି । ଗାଡ଼ି ଚଳାଇବା ବେଳେ ଆଉ ସାଙ୍ଗରେ ଧରି ବୁଲିବାକୁ ପଡ଼ିବନି ଡିଏଲ ଓ ଅନ୍ୟ କାଗଜପତ୍ର । ଚାଳକ ଯଦି ସାଙ୍ଗରେ ଏହି ସବୁ କାଗଜପତ୍ର ସାଙ୍ଗରେ ନେଇନଥିବେ ତେବେ ସେମାନଙ୍କ ଉପରେ ଜୋରିମାନା ଲାଗୁ ହେବନି । ଚାଳକଙ୍କୁ ଏସବୁକୁ ନିଜ ମୋବାଇଲର ଡିଜି ଲକ ଆପ ଓ ଏମ ପରିବହନ ଆପରେ ଡିଜିଟାଲ କପି ରଖିବାକୁ ପଡ଼ିବ । ନୂଆ ମୋଟାର ଯାନ ଆଇନର ଡିଜିଟାଲ ବ୍ୟବସ୍ଥାରେ ଏକେଇ ନୂଆ ନିୟମ ଲାଗୁ କରାଯାଇଛି । ଗାଡ଼ି ଯାଞ୍ଚ ବେଳେ ଏଣିକି ଡିଏ, ପିୟୁସି, ଇନସୁରାନ୍ସ ସମେତ ଅନ୍ୟ କାଗଜପତ୍ରର ହାର୍ଡ କପି ସାଙ୍ଗରେ ଧରି ବୁଲିବା ବାଧ୍ୟତାମୂଳକ ନୁହେଁ । ଚେକିଂ ବେଳେ ଡିଜିଟାଲ କପି ଦେଖାଇ ହେବ । ଏନେଇ ଗତ ବର୍ଷ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟର ବିଭାଗ ଓ ପୁଲିସ ସହ ଏନେଇ ସହଯୋଗ କରିବାକୁ ଆଲୋଚନା ହୋଇଛି ।