ପରୀ ହତ୍ୟାକାଣ୍ଡ ମାମଲା:ପୁଣି ଥରେ ଆକ୍ସନ ମୋଡରେ କ୍ରାଇମ ବ୍ରାଞ୍ଚ

ପରୀ ହତ୍ୟାକାଣ୍ଡ ମାମଲା:ପୁଣି ଥରେ ଆକ୍ସନ ମୋଡରେ କ୍ରାଇମ ବ୍ରାଞ୍ଚ

ପରୀ ହତ୍ୟାକାଣ୍ଡ ମାମଲା:ପୁଣି ଥରେ ଆକ୍ସନ ମୋଡରେ କ୍ରାଇମ ବ୍ରାଞ୍ଚ
ନୟାଗଡ଼: ପରୀ ହତ୍ୟାକାଣ୍ଡ ମାମଲାରେ କ୍ରାଇମ ବ୍ରାଞ୍ଚ ଟିମ ପୁଣି ଥରେ ଆକ୍ସନ ମୋଡରେ । କ୍ରାଇମବ୍ରାଞ୍ଚ ୩ଟି ଟିମ ନୟାଗଡ଼ରେ ପହଞ୍ଚି ଅଧିକ ତନାଘନା କରି କିଛି ଲୋକଙ୍କୁ ଗାଁ ଛାଡ଼ି ନ ଯିବାକୁ କହିଛି । ଗିରଫ ଅଭିଯୁକ୍ତ ସରୋଜ ସେଠୀର ବୟାନ ଆଧାରରେ ଏହି ତଦନ୍ତ କରାଯାଉଥିବା କୁହାଯାଇଛି । ମଙ୍ଗଳବାର କ୍ରାଇମବ୍ରାଞ୍ଚର ୧୦ ଜଣିଆ ଅଧିକାରୀ ଦଳ ଯଦୁପୁରର କେତେକ ଲୋକଙ୍କୁ ପଚରାଉଚରା କରିଛି । ପରୀକୁ ହତ୍ୟା ପରେ ସରୋଜ ଏ ସମ୍ପର୍କରେ ତାର ଯେଉଁ ଦୁଇ ଜଣ ସାଙ୍ଗକୁ ଫୋନ ଯୋଗେ ଜଣାଇଥିଲା ସେହି ୨ ଜଣ ଏସଆଇଟି ସ୍କାନରରେ ରହିଥିବା କୁହାଯାଉଛି । ସେହି ୨ ଜଣ କିଏ ତାହା ନିର୍ଦ୍ଧିଷ୍ଟ ଭାବେ ଏସଆଇଟି ବର୍ତ୍ତମାନ ସୁଦ୍ଧା ଅବଗତ ହୋଇନଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଏସଆଇଟି ସହ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି । ଜାନୁଆରୀ ୧୨ ତାରିଖରେ ପରୀ ହତ୍ୟାକାଣ୍ଡ ସମ୍ପର୍କିତ ଚାର୍ଜସିଟ ଦାଖଲ କରିବାକୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।