ନକଲି ପନିର ଜବତ

ନକଲି ପନିର ଜବତ

ନକଲି ପନିର ଜବତ
ଭୁବନେଶ୍ୱର: ନକଲି ସାମଗ୍ରୀର ହବ ପାଲଟିଯାଇଛି କଟକ ସହର । ଏବେ ଏମିତି କଟକରେ ଆଉ କିଛି ଜିନିଷ ନାହିଁ ଯାହା ନକଲି ହୋଇନଥିବ । ନକଲି ଘିଅ, ମସଲ ଏମିତିକି ନକଲି ସିମେଣ୍ଟ ମଧ୍ୟ ଠାବ କରାଯାଇଛି । ଲୋକ ବି ଏବେ ଦ୍ୱନ୍ଦ୍ୱରେ ପଡ଼ିଗଲେଣି ଯେ, ସେମାନେ ଏବେ ଯାହା ବ୍ୟବହାର କରୁଛନ୍ତି ତାହା ଅସଲି କି ନକଲି । ବାରମ୍ବାର ବହୁ ନକଲି ସାମଗ୍ରୀ ଜବତ କରାଯିବା ପରେ ପୁଲିସ ତା’ର ଚଢଉ ଜାରି ରଖିଥିବାବେଳେ ଆଜି ପୁଣି ଆଉ ଏକ ନକଲି ଜିନିଷ ଠାବ କରିଥିବା ଜଣାଯାଇଛି । ତାହା ହେଲା ନକଲି ପନିର । ଚାଉଳିଆଗଞ୍ଜ ପୁଲିସ ଓ ସିଏମସି ଚଢଉ କରି ୧ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ସିନ୍ଥେଟିକ ପନିର ଜବତ କରିଛି । କୋଲାକାତାରୁ ବସରେ ଚାଲାଣ ବେଳେ ଚାଉଳିଆଗଞ୍ଜରୁ ଉକ୍ତ ସିନ୍ଥେଟିକ ପନିରକୁ ଜବତ କରାଯାଇଛି ।