ଏଣିକି ଚାଷୀଙ୍କୁ ମିଳିବ ମାଗଣା ୱାଇଫାଇ

ଏଣିକି ଚାଷୀଙ୍କୁ ମିଳିବ ମାଗଣା ୱାଇଫାଇ

ଏଣିକି ଚାଷୀଙ୍କୁ ମିଳିବ ମାଗଣା ୱାଇଫାଇ
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ସିଂଘୁ ସୀମାରେ ଆନେ୍ଦାଳନ ଚଳାଇଥିବା ଚାଷୀଙ୍କୁ ମାଗଣାରେ ୱାଇଫାଇ ସେବା ମିଳିବ । ଚାଷୀ ଆନେ୍ଦାଳନକୁ ସମର୍ଥନ କରୁଥିବା ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ମଙ୍ଗଳବାର ଏହି ଘୋଷଣା କରିଛି । ସିଂଘୁ ସୀମାରେ ବିଭିନ୍ନ ସ୍ଥାନରେ ଖୁବଶୀଘ୍ର ୱାଇଫାଇ ହଟସ୍ପଟ ସ୍ଥାପନ କରାଯିବ । ଏହା ଦ୍ୱାରା ଆନେ୍ଦାଳନରତ ଚାଷୀ ମାଗଣାରେ ଇଣ୍ଟରନେଟ ବ୍ରାଉଜ କରିପାରିବେ । ଏହା ପୂର୍ବରୁ ଚାଷୀଙ୍କ ପାଇଁ ଦିଲ୍ଲୀ ସରକାର ସିଂଘୁ ସୀମାରେ ଭ୍ରାମ୍ୟମାଣ ପାଇଖାନା ସ୍ଥାପନ କରିଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ଆମ ଆଦମୀ ପାର୍ଟି ନେତା ରାଘବ ଚଢ଼ା କହିଛନ୍ତି, ଚାଷୀଙ୍କ ସେବକ ଅରବିନ୍ଦ କେଜରିୱାଲ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଚାଷୀମାନେ ସେମାନଙ୍କ ପରିବାର ଲୋକଙ୍କ ସହ ସମ୍ପର୍କରେ ରହିପାରିବେ ।