ପାଇଖାନା ପାଇଁ ଆତ୍ମହତ୍ୟା

ପାଇଖାନା ପାଇଁ ଆତ୍ମହତ୍ୟା

ପାଇଖାନା ପାଇଁ ଆତ୍ମହତ୍ୟା

କୁଡାଲୋର: ସ୍ୱାମୀଙ୍କ ଘରେ ପାଇଖାନା ନ ଥିବାରୁ ଜଣେ ୨୭ ବର୍ଷର ନବବଧୂ ଆତ୍ମହତ୍ୟା କରିଛନ୍ତି । ତାମିଲାଡୁର ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୨୦୦ କିମି ଦୂର କୁଡାଲୋରଠାରେ ଏଭଳି ଘଟିଛି । ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ , ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ରମ୍ୟା ଗତ ଏପ୍ରିଲ ୬ରେ କାର୍ତ୍ତିକେୟନ୍‌ଙ୍କୁ ବିବାହ କରିଥିଲେ । କାର୍ତ୍ତିକେୟନ୍‌ଙ୍କ ଘରେ ପାଇଖାନା ନ ଥିବାରୁ ସେ ସେଠାରେ ଚଳିପାରୁ ନ ଥିଲେ  । ବାଧ୍ୟ ହୋଇ ନିଜ ମା’ ଙ୍କ ପାଖରେ ରହୁଥିଲେ । ଏଥିସହ ସ୍ୱାମୀଙ୍କୁ ପାଇଖାନା ଥିବା ଏକ ଘରଭଡା ନେଇ ରହିବାକୁ କହିଥିଲେ ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛିଟା ଝଗଡା ହୋଇଥିଲା । ସୋମବାର ରମ୍ୟା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥବା ଦେଖିବାକୁ ମିଳିଥିଲା । ଏନେଇ ତାଙ୍କ ମା ମଞ୍ଜୁଳା ଏତଲା ଦାୟର କରିଛନ୍ତି ।