ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକ ନିଖୋଜ

ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକ ନିଖୋଜ

ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକ ନିଖୋଜ
ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ ପାକିସ୍ତାନ ଯାଇଥିବା କାଶ୍ମୀରର ୧୦୦ ଯୁବକଙ୍କର ପତ୍ତା ମିଳିପାରୁନାହିଁ । ଭାରତୀୟ ଭିସା ନେଇ ଏହି ଯୁବକମାନେ ପାକିସ୍ତାନ ଯାଇଥିଲେ । ଏମାନଙ୍କର ଭିସା ଅବଧି ଶେଷ ହୋଇଯାଇଥିବା ବେଳେ ସ୍ୱଦେଶ ଫେରି ନାହାନ୍ତି । ଏହାକୁ ନେଇ ସୁରକ୍ଷା ଏଜେନ୍ସି ସତର୍କତା ଅବଲମ୍ବନ କରିଛି । ସୁରକ୍ଷା ଏଜେନ୍ସି ଆଶଙ୍କା କରିଛି କି ଏହି ଯୁବକମାନେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ସହିତ ସାମିଲ ହୋଇଯାଇଛନ୍ତି ଅଥବା ଆତଙ୍କବାଦୀ ସମୂହ ପାଇଁ ସ୍ନିପର ସେଲ ପାଲଟି ଯାଇଛନ୍ତି । ସୁରକ୍ଷା ବିଭାଗର ବିଭିନ୍ନ ଅଧିକାରୀମାନେ କହିଛନ୍ତି କି ଉତ୍ତର କାଶ୍ମୀରର ହନ୍ଦୱାଡା ନିକଟ ଜଙ୍ଗଲରେ ଗତ ବର୍ଷ ଏପି୍ରଲରେ ୫ ଆତଙ୍କବାଦୀଙ୍କ ମୃତୁ୍ୟ ପରେ ସୁରକ୍ଷା ବିଭାଗ ସଜାଗ ହୋଇଥିଲା । କାରଣ ମରିଥିବା ୫ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ନାଗରିକ ବୋଲି ପରିଚୟ ମିଳିଥିଲା, ଯେ କି ୨୦୧୮ ରେ ଭିସା ନେଇ ପାକିସ୍ତାନ ଯାଇଥିଲା । ସୁରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ପୂର୍ବ ବର୍ଷ ଏପି୍ରଲ ୧ ରୁ ୬ ତାରିଖ ମଧ୍ୟରେ ଦକ୍ଷିଣ କାଶ୍ମୀରର ସୋପିଆନ, କୁଲଗାଓଁ ଓ ଅନନ୍ତନାଗ ଜିଲ୍ଲାର କିଛି ଯୁବକଙ୍କୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ପାକିସ୍ତାନ ଆତଙ୍କବାଦୀଙ୍କ ସହ ଦେଖିବାକୁ ମିଳିଥିଲା ।