ପାଟକୁରାରେ ନବୀନଙ୍କ ରୋଡ୍ ସୋ

ପାଟକୁରାରେ ନବୀନଙ୍କ ରୋଡ୍ ସୋ

ପାଟକୁରାରେ ନବୀନଙ୍କ ରୋଡ୍ ସୋ
ଭୁବନେଶ୍ୱର:ଆଜି ପାଟକୁରା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲିକପ୍ଟରରେ ବାରିମୂଳରେ ଓହ୍ଲାଇବା ପରେ ସ୍ୱତନ୍ତ୍ର ହାଇଟେକ୍ ବସରେ ରୋଡ ସୋ କରୁଛନ୍ତି ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରୁଛନ୍ତି । ନବୀନଙ୍କ ହାଇଟେକ ବସ୍ ପ୍ରଚାର ପାଟକୁରାରେ ବିଜେଡିର ବିଜୟ ଉପରେ ଶେଷ ମୋହର ଲଗାଇବ ବୋଲି ଦଳୀୟ ନେତା ଓ କର୍ମୀ ଦୃଢ ବିଶ୍ୱାସ ରଖିଛନ୍ତି । ଅନ୍ୟପଟେ ଆଜିଠାରୁ ପାଟକୁରାରେ ବିଜେଡିର ନେତା ଓ କର୍ମୀଙ୍କ ଭିଡ ଜମିଥିବା ବେଳେ ୧୮ ତାରିଖ ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟନ୍ତ ପଂଚାୟତ ଆଉ ୱାର୍ଡ ନ ଛାଡିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।