ପିପିଲି ପ୍ରାର୍ଥୀ ନିଷ୍ପତ୍ତି ପାଇଁ ଓଡ଼ିଶାରେ ପୁରନେ୍ଦଶ୍ୱରୀ

ପିପିଲି ପ୍ରାର୍ଥୀ ନିଷ୍ପତ୍ତି ପାଇଁ ଓଡ଼ିଶାରେ ପୁରନେ୍ଦଶ୍ୱରୀ

ପିପିଲି ପ୍ରାର୍ଥୀ ନିଷ୍ପତ୍ତି ପାଇଁ ଓଡ଼ିଶାରେ ପୁରନେ୍ଦଶ୍ୱରୀ
ଭୁବନେଶ୍ୱର: ରାଜ୍ୟରେ ପିପିଲିରେ ହେବାକୁ ଥିବା ଉପନିର୍ବାଚନ ଲାଗି ବିଜେପି ପକ୍ଷରୁ ତପôରତା ପ୍ରକାଶ ପାଇଛି । ପିପିଲି ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ କରାଗଲେ ଦଳ ସପକ୍ଷରେ ମତ ଯିବ ତାକୁ ନେଇ ଦଳୀୟ ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ସନ୍ଧ୍ୟା ସାଢେ଼ ୭ଟାରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଡି.ପୁରନେ୍ଦଶ୍ୱରୀ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ସ୍ୱାଗତ କରି ପାର୍ଟି କାର୍ଯ୍ୟାଳୟକୁ ପାଛୋଟି ନେଇଛନ୍ତି । ସୂଚନା ଅନୁଯାୟୀ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟର ବରିଷ୍ଠ ନେତୃବୃନ୍ଦକୁ ନେଇ ପିପିଲି ନିର୍ବାଚନ ଲାଗି ପ୍ରାର୍ଥୀ କିଏ ହେବ ତାହା ନିଷ୍ପତ୍ତି ନିଆଯିବ । ଏଥିଲାଗି ଉପକୂଳ ଓଡ଼ିଶାର ସବୁ ବିଧାୟକଙ୍କ ସହ ବହୁ ପୂର୍ବତନ ମନ୍ତ୍ରୀ ଓ ରାଜ୍ୟର ବହୁ ବରିଷ୍ଠ ନେତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ଏହା ପରେ ଆଗାମୀ ଦିନରେ ଦଳୀୟ ରଣନୀତି କଣ ରହିବ ସେ ନେଇ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି ।