ପୁଣି ଉଠିଲା ମମିତା ପ୍ରସଙ୍ଗ
ପୁଣି ଉଠିଲା ମମିତା ପ୍ରସଙ୍ଗ
ଭୁବନେଶ୍ୱର: ପୁଣି ଉଠିଲା ମମିତା ମେହେର ହତ୍ୟା ପ୍ରସଙ୍ଗ। ଏହି ଘଟଣାରେ ପ୍ରତିବାଦ କରିଛି ବିଜେପି। ମମିତା ହତ୍ୟାର ୪ମାସ ବିତି ସାରିଥିଲେ ମଧ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ଯୋଗୁ ବିଜେପି ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି । ଏଥିପାଇଁ ବିଜେପିର ଏକ ବିଶାଳ ରାଲି ରାଜମହଲରୁ ନବୀନ ନିବାସ ଅଭିମୁଖେ ବାହାରିଥିଲା । ନବୀନ ନିବାସ ଘେରାଉ ପାଇଁ ବିଜେପି ରାଲି ଯାଉଥିବା ସମୟରେ ଶିଶୁଭବନ ଛକରେ ବିଜେପି କର୍ମୀ ଓ ପୋଲିସ୍ ଧସ୍ତାଧସ୍ତି ହୋଇଥିଲେ ।
ନବୀନ ନିବାସ ଘେରାଉ ପାଇଁ ଯିବା ସମୟରେ ରାଲିକୁ ବାଧା ଦେବାରୁ ପୋଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତ ହୋଇଛି । ବିକ୍ଷୋଭ ପ୍ରଦର୍ଶନ କରୁଥିବା ବିଜେପି କର୍ମୀଙ୍କୁ ପୋଲିସ୍ ଗିରଫ କରିଛି ।




admin 