ପୁଣି ଥରେ ଅଶାନ୍ତ ହୋଇପଡିଛି ଶିକ୍ଷାନଗରୀ ବୁର୍ଲା : ଚଳଚଂଚଳ ସହରରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି

ପୁଣି ଥରେ ଅଶାନ୍ତ ହୋଇପଡିଛି ଶିକ୍ଷାନଗରୀ ବୁର୍ଲା : ଚଳଚଂଚଳ ସହରରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି

ପୁଣି ଥରେ ଅଶାନ୍ତ ହୋଇପଡିଛି ଶିକ୍ଷାନଗରୀ ବୁର୍ଲା : ଚଳଚଂଚଳ ସହରରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି
ସମ୍ୱଲପୁର: ପୁଣି ଥରେ ଅଶାନ୍ତ ହୋଇପଡିଛି ଶିକ୍ଷାନଗରୀ ବୁର୍ଲା । ଚଳଚଂଚଳ ସହରରେ ପୁଣି ବୁଲିଲା ଖଣ୍ଡା, ଭୁଜାଲି। ବୁର୍ଲା ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଘଟିଛି ଗୋଷ୍ଠି ସଂଘର୍ଷ ଘଟିଛି । ଖଣ୍ଡା, ଭୁଜାଲି ଓ ଲୁହାରଡ଼ରେ ହୋଇଛି ରକ୍ତାକ୍ତ ସଂଘର୍ଷ। ଗୋଷ୍ଠି ସଂଘର୍ଷରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପିଡବ୍ଲୁଡି ଅଂଚଳର ଦୁଇଜଣ ଯୁବକ ନେତାଜୀଛକ ଠାରେ ଠିଆ ହୋଇଥିବା ସମୟରେ କିଛି ଯୁବକଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ତାହା ଉଗ୍ରରୂପ ନେଇଥିଲା। ଏକାଧିକ ଯୁବକ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ବୁର୍ଲା ପୋଲିସ ଗୁରୁତରଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଚିକିତ୍ସା କରାଇଛି। ଏନେଇ ବୁର୍ଲା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।