ପୁଲିସ ଭୁଲିଗଲା ମାନବିକତା , ହେଲମେଟ ଚେକିଂ ଆଳରେ ନିର୍ଯାତନା

ପୁଲିସ ଭୁଲିଗଲା ମାନବିକତା , ହେଲମେଟ ଚେକିଂ ଆଳରେ ନିର୍ଯାତନା

ପୁଲିସ ଭୁଲିଗଲା ମାନବିକତା , ହେଲମେଟ ଚେକିଂ ଆଳରେ ନିର୍ଯାତନା
କପ୍ତିପଦା: ପୁଲିସ ଭୁଲିଗଲା ମାନବିକତା । ଏମିତିକି ଜଣେ ମହିଳା ହୋଇ ବି ଅନ୍ୟ ଜଣେ ମହିଳାଙ୍କ ପ୍ରତି ରହିଲାନି ଟିକେ ଦରଦ । ଯାହା ଫଳରେ ୩ କିଲୋମିଟର ବାଟ ଚାଲି ଚାଲି ଥାନାକୁ ଗଲେ ୮ ମାସର ଗର୍ଭବତୀ ମହିଳା । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଏହି ଘଟଣାକୁ ନେଇ ଏସପି ସ୍ମିଥ ପି ପରମାର ଥାନା ଆଇଆଇସି ରୀନା ବକ୍ସଲାଙ୍କୁ ନିଲମ୍ବିତ କରିଛନ୍ତି । ଘଟଣାଟି ଥିଲା ଏମିତି । ସୋମବାର ପୂର୍ବାହ୍ନ ରେ କପ୍ତିପଦା ବ୍ଲକ ଶରତ ଥାନା ମାଥ୍ୱନ୍ଧ ସାହିର ବିକ୍ରମ ବିରୁଲି ତାଙ୍କ ୮ ମାସର ଗର୍ଭବତୀ ସ୍ତ୍ରୀ ଗୁରୁବାରୀଙ୍କୁ ବାଇକରେ ବସାଇ ଡାକ୍ତରୀ ଚେକଅପ ନିମନ୍ତେ ଉଦଳା ଆସୁଥିଲେ । ତେବେ ବେଗୁନିଆ ଛକ ନିକଟରେ ପୁଲିସ ବିକ୍ରମଙ୍କ ହେଲମେଟ ଚେକିଂ କରିବା ସହିତ ଗାଡ଼ି କାଗଜ ପତ୍ର ଯାଞ୍ଚ କରିଥିଲା । ବିକ୍ରମ ହେଲମେଟ ପିନ୍ଧିଥିବା ବେଳେ ତାଙ୍କ ଗାଡ଼ିର ସମସ୍ତ କାଗଜ ପତ୍ର ଠିକ ଥିଲା । ହେଲେ ତାଙ୍କ ସ୍ତ୍ରୀ ଗୁରୁବାରୀ ହେଲମେଟ ପିନ୍ଧି ନଥିବାରୁ ଚାଲାଣ କାଟିଥିଲା ପୁଲିସ । ଏହି ସମୟରେ ତାଙ୍କ ନିକଟରେ ଏତେ ଟଙ୍କା ନଥିବା ବିକ୍ରମ ରୀନା ବକ୍ସଲାଙ୍କ ସହିତ ବିକ୍ରମଙ୍କର କଥା କଟାକଟି ହୋଇଥିଲା । ପରେ ଥାନା ଆଇଆଇସିଙ୍କ ନିଦେ୍ର୍ଧଶରେ ବିକ୍ରମଙ୍କ ବାଇକକୁ ପୁଲିସ ନିଜ ହେପାଜତକୁ ନେବା ସହିତ ବିକ୍ରମଙ୍କୁ ପୁଲିସ ଗାଡ଼ିରେ ବସାଇ ଥାନାକୁ ନେଇଥିଲା । ଥାନରେ ବହୁ ସମୟ ଧରି ବି୍ରକମକୁ ପୁଲିସ ବସାଇ ରଖିଥିବା ବେଳେ ସେପଟେ ଡହଡହ ଖରାରେ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ପତ୍ନୀ ଗୁରୁବାରୀ । ଶେଷରେ ଚେକିଂ ସ୍ଥାନଠାରୁ ୩ କିଲୋମିଟର ବାଟ ଚାଲି ଚାଲି ଶରତ ଥାନାକୁ ଯାଉଥିଲେ । ସେଠାରେ ଉଭୟ ସ୍ୱାମୀ, ସ୍ତ୍ରୀ କିଛି ଘଣ୍ଟା ବସିବା ପରେ ସେମାନଙ୍କଠାରୁ ଫାଇନ କାଟି ଛାଡ଼ିଥିଲା ପୁଲିସ ।