କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର: କୂଅ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ବୀରମହାରାଜ ଥାନା ମହଦା ବ୍ରାହ୍ମଶପଲୀ ଗାଁ ବୋଲି ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ଯୁବକ ଜଣକ ସୋନପୁର ଥାନା ପିପିଲିପାଲୀ ଗାଁକୁ ବାହାଘରକୁ ଯୋଗ ଦେବାକୁ ଆସି ନିଖୋଜ ଥିଲେ । ଆଜି ତାଙ୍କର ମୃତ ଦେହ କୂଅରେ ଭାସୁଥିବାର ଦେଖିବାକୁ ମିଳିଛି । ମୃତ ଯୁବକଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।