ପୋଲାଭରମ ପ୍ରକଳ୍ପ ତଦାରଖ ପାଇଁ ଛଅ ଜଣିଆ କମିଟି

ପୋଲାଭରମ ପ୍ରକଳ୍ପ ତଦାରଖ ପାଇଁ ଛଅ ଜଣିଆ କମିଟି

ପୋଲାଭରମ ପ୍ରକଳ୍ପ ତଦାରଖ ପାଇଁ ଛଅ ଜଣିଆ କମିଟି
ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପର ତଦାରଖ ପାଇଁ ଜାତୀୟ ଗ୍ରୀନ ଟି୍ରବୁ୍ୟନାଲ (ଏନଜିଟି) ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଶିୟାସୟାନା ରେଡ୍ଡିଙ୍କ ନେତୃତ୍ୱରେ ଛଅ ଜଣିଆ ଟିମ୍ ଗଠନ କରିଛନ୍ତି । ଏହି ଟିମରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ, ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡ, ସିଏସଡବ୍ଲୁସିଆରଆଇ, ଆଇଆଇଟି ହାଇଦ୍ରାବାଦ ଓ ଆଇଆଇଟି ଦିଲ୍ଲୀରୁ ଜଣେ ଲେଖାଏ ସଦସ୍ୟ ରହିବେ । କମିଟି ପ୍ରକଳ୍ପ ସ୍ଥଳକୁ ଯାଇ ଅନୁଧ୍ୟାନ କରିବ । ଏଥି ସହିତ ଜନଶୁଣାଣି ମଧ୍ୟ କରିବାକୁ କୁହାଯାଇଛି । କମିଟି ପ୍ରକଳ୍ପ ଅଞ୍ଚଳରେ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ପ୍ରକଳ୍ପ ଯୋଗୁଁ ପରିବେଶରେ କ୍ଷତି ଭଳି ପ୍ରସଙ୍ଗ ଗୁଡ଼ିକର ତଦାରଖ କରି ତିନି ମାସ ଭିତରେ ରିପୋର୍ଟ ଦେବା ପାଇଁ ଟି୍ରବୁ୍ୟନାଲ କହିଛନ୍ତି ।