ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକରେ କଣ ହେଲା

ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକରେ କଣ ହେଲା

ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକରେ କଣ ହେଲା

ଭୁବନେଶ୍ୱର: ଏବେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ଣ ହୋଇଥିବାବେଳେ ଆଗକୁ ପୌର ନିର୍ବାଚନ । ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଗତ ସର୍ବଦଳୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି ।  ବୈଠକ ପରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ  କହିଛନ୍ତି ଯେ ପୌର ନିର୍ବାଚନ ପାଇଁ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି ।  ଆଜି ୧୦୭ ପୌରାଞ୍ଚଳ, ୩ ମହାନଗରରେ ଚିଠା ତାଲିକା ପ୍ରସ୍ତୁତ ହେବ । ଏଥର ସିଧାଳସଳଖ ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନ କରାଯିବ ।

ଏ ସମ୍ପର୍କରେ ସର୍ବଦଳୀୟ ବୈଠକରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରାଯାଇଛି  । ଏଥର ପୌର ନିର୍ବାଚନ ଇଭିଏମରେ ହେବ  ।  ଗୋଟିଏ ବୁଥରେ ୨ଟି ଲେଖାଏଁ ଇଭିଏମ ରଖାଯିବ ।  ଗୋଟିଏ ଇଭିଏମ କାଉନସିଲର/କର୍ପୋରେଟରଙ୍କୁ ଭୋଟ ପାଇଁ ଉଦ୍ଧିଷ୍ଟ ରହିବ  । ଅନ୍ୟ ଇଭିଏମ ପୌରାଧ୍ୟକ୍ଷ/ମେୟରଙ୍କୁ ଭୋଟ ଦେବାକୁ ଉଦ୍ଧିଷ୍ଟ ରହିବ ।

ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ । ଏହି ସବୁ ସହରାଞ୍ଚଳରେ ୱାର୍ଡୱାରି ଚିଠା ଭୋଟର ତାଲିକା ଆଜି ପ୍ରକାଶ ପାଇବ ।

ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବ୍ରିଆରୀ ୧୧ରୁ ୧୬ ପର୍ୟ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ । ୧୮ ତାରିଖରେ ଅଭିଯୋଗ ଉପରେ ହେବ ଶୁଣାଣି । ୨୧ରେ ଜିଲ୍ଲାପାଳ ସ୍ତରରେ ହେବ ଶୁଣାଣି ପରେ ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଫେବ୍ରୁଆରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ । ପୂର୍ବରୁ ସବୁ ସହରାଞ୍ଚଳରେ ୱାର୍ଡ ପୁନର୍ଗଠନ, ସଂରକ୍ଷଣ ସହ ମେୟର ଓ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି  ।