ୟୁନିଟ-୧ରୁ ଉଠିଯିବ ହୋଲସେଲ ପରିବା ବଜାର

ୟୁନିଟ-୧ରୁ ଉଠିଯିବ ହୋଲସେଲ ପରିବା ବଜାର

ୟୁନିଟ-୧ରୁ ଉଠିଯିବ ହୋଲସେଲ ପରିବା ବଜାର

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ-୧ ହୋଲସେଲ ପରିବା ମାର୍କେଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।  ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ହୋଲସେଲ ପରିବା ମାର୍କେଟକୁ ସ୍ଥାନାନ୍ତର କରାଯିବ । ପରିବାର ହାଟ ସ୍ଥାନାନ୍ତର ପାଇଁ ଭଗବାନପୁରରେ ୧୦ ଏକର ଜାଗା ଚିହ୍ନଟ ହୋଇଛି।  ହୋଲସେଲ ଲାଗି ସେଠାରେ ସବୁପ୍ରକାର ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ସହର ମଧ୍ୟରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ମାର୍କେଟକୁ ସ୍ଥାନାନ୍ତର କରାଯିବ  । ଆଜି ଅନୁଷ୍ଠିତ ପ୍ରାରମ୍ଭିକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ବିଏମସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି । ତେବେ ଗତ କିଛି ବର୍ଷ ହେବ ଭଗବାନପୁରକୁ ପରିବା ମାର୍କେଟ ଉଠାଇବା ନେଇ ପକ୍ରିୟା ଚାଲିଛି।