କାହିଁକି ପାଳିତ ହୁଏ ଜାତୀୟ ଛତା ଦିବସ

କାହିଁକି ପାଳିତ ହୁଏ ଜାତୀୟ ଛତା ଦିବସ

କାହିଁକି ପାଳିତ ହୁଏ ଜାତୀୟ ଛତା ଦିବସ

ଭୁବନେଶ୍ୱର: ଆଜି ଦେଶରେ ପାଳିତ ହେଉଛି ଜାତୀୟ ଛାତା ଦିବସ। ଖରା, ବର୍ଷାରୁ ରକ୍ଷା ପାଇବା, ସୂର୍ୟ୍ୟଙ୍କ ସିଧା ସଳଖ ରଶ୍ମିରୁ ଛତା ରକ୍ଷା କରିଥାଏ। ଛତାର ଏହି ଉପକାର ପାଇଁ ପ୍ରତିବର୍ଷ ଫେବ୍ରୁଆରୀ ୧୦ ତାରିଖଟିକୁ ଦେଶରେ ଜାତୀୟ ଛତା ଦିବସ ରୂପେ ପାଳନ କରାଯାଏ। ବିଶ୍ୱର ଅନ୍ୟତମ ସବୁଠୁ ଦରକାରୀ ଉଦ୍ଭାବନ ଛତାକୁ ସମ୍ମାନ ଦେବା ଏହି ଦିବସର ଉଦ୍ଦେଶ୍ୟ। ଏହା କେବଳ ଆମକୁ ବର୍ଷାରୁ ନୁହେଁ, ସୂର୍ୟ୍ୟ ରଶ୍ମିରୁ ମଧ୍ୟ ରକ୍ଷା କରେ।  ଫ୍ୟାଶନରେ ଏହାକୁ ବିଭିନ୍ନ ଢଙ୍ଗରେ ବ୍ୟବହାର କରାଯାଉଛି ।

 

ସିନେମା ଓ ଆଲବମ୍ ଭଳି ମନୋରଞ୍ଜନ ଦୁନିଆରେ ଛତାକୁ ଅତି ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ଲାଟିନ୍ ଶଦ୍ଧ ‘ଅମ୍ବ୍ରା’ରୁ ଅମ୍ବ୍ରେଲା ଆସିଛି ଯାହାର ଅର୍ଥ ଛାଇ। ‘ବ୍ରୋଲି’ ଏକ ଅପଶବ୍ଦ । ବ୍ରିଟେନ, ନୁ୍ୟଜଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଏହି ଶବ୍ଦ ବ୍ୟବହୃତ ହୁଏ । ଛତା ୪ହଜାର ବର୍ଷରୁ ଅଧିକ ପୁରୁଣା ଉଦ୍ଭାବନ । ଇଜିପ୍ଟ୍, ଗ୍ରୀକ୍ ଓ ଚୀନର ପ୍ରାଚୀନ କଳା ସ୍ଥାପତ୍ୟରେ ଏହାର ପ୍ରମାଣ ରହିଛି ।